Advertisment

୨୯ ଦିନ ହେଲା ସାନ ଭାଇକୁ ଖୋଜୁଛି ବଡ଼ଭାଇ

ପୂର୍ବ ମେଦିନାପୁର ଭଗବାନପୁର ଗାଁର ନିମାଇଁ ମାନା ଓ ତାଙ୍କ ସାନ ଭାଇ ସମୀର ଆଇଆର୍‌ଟିସିରେ କାମ କରନ୍ତି। ସେ ଦିନ ଦୁଇ ଭାଇ ହାୱାଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ରେ ଥିଲେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ଦୁଇ ଭାଇଙ୍କ ଦେଖା ହୋଇଥିଲା।

Nemai

Nemai

Advertisment

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ନିଜ ଜୀବନ ସିନା ବଞ୍ଚିଗଲା। ହେଲେ ସାନ ଭାଇକୁ ପାଉନାହାନ୍ତି। ୨୯ ଦିନ ହେଲା ସାନ ଭାଇକୁ ଏମ୍‌ସରେ ଖୋଜୁଛନ୍ତି ନିମାଇଁ। ଭାଇର ମୃତଦେହ ମିଳିଲେ ଘରକୁ ନେବେ। ହେଲେ ସାନ ଭାଇର ମୃତଦେହ ମିଳୁନଥିବାରୁ ଘରକୁ ଫେରି ପାରୁନାହାନ୍ତି। ଅନ୍ୟପକ୍ଷରେ ଆଜି ଆସିଥିବା ୨୯ ଜଣଙ୍କ ଡିଏନ୍‌ଏ ରିପୋର୍ଟରେ ନିମାଇଁଙ୍କ ସାନ ଭାଇଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ତେଣୁ ନିରାଶ ହୋଇ ଏମ୍‌ସରେ ଜଗି ରହିଛନ୍ତି।

Advertisment

ପୂର୍ବ ମେଦିନାପୁର ଭଗବାନପୁର ଗାଁର ନିମାଇଁ ମାନା ଓ ତାଙ୍କ ସାନ ଭାଇ ସମୀର ଆଇଆର୍‌ଟିସିରେ କାମ କରନ୍ତି। ସେ ଦିନ ଦୁଇ ଭାଇ ହାୱାଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ରେ ଥିଲେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ଦୁଇ ଭାଇଙ୍କ ଦେଖା ହୋଇଥିଲା। ହେଲେ ବାହୁରେ ପାଣି ବୋତଲର ପ୍ୟାକେଟ୍‌ ଥିବାରୁ କଥା ହୋଇପାରିନଥିଲେ। କିନ୍ତୁ ପରସ୍ପରକୁ ଆଖିରେ ଇସାରା ଦେଇ କିଏ କେଉଁ ବଗିକୁ ଯିବେ କଥା ହୋଇଥିଲେ। ତା’ପରେ କରମଣ୍ଡଳର ବେଗଠାରୁ ଆହୁରି ବେଗରେ ନିମାଇଁ ଏସି ବଗି(B-3)କୁ ଚାଲି ଯାଇଥିବା ବେଳେ ସମୀର S-3 ଜେନେରାଲ୍‌ ବଗିକୁ ଚାଲି ଯାଇଥିଲେ।

ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ପାଣି ବୋତଲ ବିକୁ ଥିଲେ। ତେବେ ବାଲେଶ୍ୱର ଷ୍ଟେସନ୍‌ ଅତିକ୍ରମ କରିବାର କିଛି ସମୟ ପରେ ହଠାତ୍‌ କ’ଣ ଗୋଟିଏ ଭୟଙ୍କର ଶବ୍ଦ ହେଲା ବୋଲି ନିମାଇଁ କହିଥିଲେ। ତା’ପରେ କ’ଣ ହୋଇଥିଲା ଜାଣିପାରିଲେ ନାହିଁ। ଆଉ ନିଜକୁ ମେଡ଼ିକାଲରେ ଦେଖିବାକୁ ପାଇଲେ। ଏସି ବଗିରେ ଥିବାରୁ ଜୀବନ ବଞ୍ଚି ଯାଇଥିଲା। ହେଲେ ସାନ ଭାଇ ସମୀର ପତ୍ତା ପାଉନାହାନ୍ତି ବୋଲି ନିମାଇଁ କହିଥିଲେ।

Advertisment

ନିମାଇଁ ଆହୁରି କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଜ୍ଜାସାୟୀ ମାଆ। ଆଉ ସାନ ବୋହୂ(ସମୀର ସ୍ତ୍ରୀ) ବାହୁନି ବାହୁନି କାନ୍ଦୁଛନ୍ତି। ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଗୁହାରୀ କରୁଛନ୍ତି। ୬ ଝିଅ ବାରମ୍ୱାର ତା’ ବାପାଙ୍କୁ ଖୋଜୁଛି। କଣ କରିବି? କେମିତି ଓ କି ମୁହଁ ନେଇ ଘରକୁ ଫେରିବି? ତେଣୁ ବାହାନଗା ବଜାର ଷ୍ଟେସନ୍‌, ବାଲେଶ୍ୱର ମେଡ଼ିକାଲ୍‌, କଟକ ଓ ଏମ୍‌ସ ଭୁବନେଶ୍ୱରରେ ଚକ୍କର କାଟୁଛି। ହେଲେ ସାନ ଭାଇର ପତ୍ତା ପାଉନାହାନ୍ତି। ଏବେ ଭୁବନେଶ୍ୱରରେ ରହିଛି ବୋଲି ନିମାଇଁ କହିଛନ୍ତି।

ନିମାଇଁଙ୍କ କହିବା ଅନୁସାରେ ଗତ ୫ ତାରିଖରେ ଡିଏନ୍‌ଏ ଟେଷ୍ଟ ପାଇଁ ସାମ୍ପୁଲ୍‌ ନିଆଯାଇଥିଲା। ହେଲେ ଆଜି ଆସିଥିବା ୨୯ ଜଣଙ୍କ ରିପୋର୍ଟରେ କିନ୍ତୁ ସମୀରଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ସବୁଦିନ ପରି ଆଜି ଆସି ସମୀରଙ୍କ ସମ୍ପର୍କରେ ପଚାରିଥିଲି। ପରେ ଆସିବ ବୋଲି କୁହାଯାଉଥିବା ନିମାଇଁ କହିଛନ୍ତି।

ସୂଚନାରୁ ପ୍ରକାଶ, ବାହାନଗା ବଜାର ଷ୍ଟେସନ୍‌ରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଆହୁରି ଅନେକ ଏସ୍‌ସିବି ମେଡ଼ିକାଲ ଓ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି।

Bhubaneswar Balasore Bhubaneswar Aiims BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe