Advertisment

ରାଜଧାନୀରୁ ହାତୀ ଦାନ୍ତ ଜବତ, ୨ ଗିରଫ

ଗୋଟିଏ ବାଇକରେ ଦୁଇଜଣ ବ୍ୟକ୍ତି ହାତୀଦାନ୍ତ ନେଉଥିଲେ। ଯାଞ୍ଚ ବେଳେ ଧରାପଡ଼ିଲେ।

author-image
Niranjan Mishra
Seized ivory

Seized ivory

ରାଜଧାନୀରୁ ଜବତ ହୋଇଛି ହାତୀଦାନ୍ତ। ଗତକାଲି ସନ୍ଧ୍ୟାରେ ହାତୀ ଦାନ୍ତ ଚାଲାଣ ହେଉଥିବା ଖବର ପାଇଁ ମୈତ୍ରୀବିହାର ପୁଲିସ ପକ୍ଷରୁ ସୈନିକ ସ୍କୁଲ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗୋଟିଏ ବାଇକରେ ଦୁଇଜଣ ବ୍ୟକ୍ତି ହାତୀଦାନ୍ତ ନେଉଥିବା ଜଣାପଡିଥିଲା। ପୁଲିସ ପଚରାଉଚରା କରିବା ପରେ ଆଜି ସେମାନଙ୍କୁ ଗିରଫ କରିଛି।

Advertisment

ଗିରଫ ଦୁଇ ଜଣ କନ୍ଧମାଳର ଗିରୀଶ କୁମାର ନାୟକ ଓ ଦୀପକ ସାହୁ। ସେମାନଙ୍କ ଠାରୁ ଜବତ ହାତୀଦାନ୍ତର ଓଜନ ୩କେଜି ବୋଲି ଜଣାପଡ଼ିଛି। ଏଥିସହ ପୁଲିସ ୩ଟି ମୋବାଇଲ ଓ ଟଙ୍କା ଜବତ କରିଛି। ଗିରଫ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଛି।

ସେମାନେ ଭବାନୀପାଟଣାର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ହାତୀ ଦାନ୍ତ ଆଣି ବିକ୍ରି କରିବା ନିମନ୍ତେ ଭୁବନେଶ୍ୱର ଆସିଥିଲେ। ତେବେ ଭୁବନେଶ୍ୱରରେ ସେମାନେ କାହାକୁ ବିକ୍ରି କରିଥାଆନ୍ତେ ତାହା ଜଣାପଡ଼ିନି। ତେବେ ଏହି ହାତୀ ଦାନ୍ତ ଚୋରାଚାଲାଣ ରାକେଟ କନ୍ଧମାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।

Advertisment
Elephant Trafficking