/odisha-reporter/media/post_attachments/uploadimage/library/16_9/16_9_0/accused_1682426989.jpeg)
accused
ଚାଷୀ ଜାଣିପାରୁନି। କିନ୍ତୁ ଚାଷୀଙ୍କୁ ମିଳିବାକୁ ଥିବା ହକ୍ ହଡ଼ପ ହୋଇଯାଇଛି। କୃଷି ଯନ୍ତ୍ରାଂଶ ଯୋଗାଇବା ନାମରେ ପ୍ରାୟ ୧୨ କୋଟି ଟଙ୍କା ହଡ଼ପରେ ହୋଇଛି। ଟଙ୍କା ହଡ଼ପରେ ସମ୍ପୃକ୍ତ ଅନ୍ନପୂର୍ଣ୍ଣା ଅଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ପଞ୍ଜୀକୃତ ଅନ୍ୟତମ ଡିଲର୍ ଗିରଫ। ଅଭିଯୁକ୍ତ ଜଣକ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିର ଚଉତରା ଦୀପ। ଚାଷୀଙ୍କ ସବ୍ସିଡି ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ କରି କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏହି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ କେବିକେ ଦୀପ ଆଗ୍ର ସେଲ୍ସ ନାମକ ଏକ ସଂସ୍ଥାର ମାଲିକ ଥିବା ଜଣାପଡ଼ିଛି।
ସେ ନକଲି ଇନ୍ଭଏସ୍ ଏବଂ ନକଲି ଚାଷୀଙ୍କୁ ୪୮୭ଟି କୃଷି ଯନ୍ତ୍ରାଂଶ ଦେଇଥିବା ଦର୍ଶାଇ ମୋଟ ୩ କୋଟି ୫୪ ଲକ୍ଷ ଟଙ୍କା ସରକାରୀ ସବ୍ସିଡି ଅର୍ଥକୁ ହଡ଼ପ କରିଥିବା କ୍ରାଇମ ବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଛି। କୃଷି ଯନ୍ତ୍ର ଉତ୍ପାଦନକାରୀ ସଂସ୍ଥା ବାଲେଶ୍ୱରର ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ କର୍ତ୍ତୃପକ୍ଷ ଏହାର ଡିଲର ଚଉତରା ଦୀପ ସହ ମିଶି ଏହି ଟଙ୍କା ହଡ଼ପ କରିଛନ୍ତି।
ଇଓଡବ୍ଲୁ ପକ୍ଷରୁ କୁହାଯାଇଛି, ବାଲେଶ୍ୱରର ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ କର୍ତ୍ତୃପକ୍ଷ ଓ ଏହା କିଛି ଡିଲରମାନେ ମିଶି ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇବା ନାମରେ ପ୍ରାୟ ୧୨ କୋଟି ଟଙ୍କାର ସରକାରୀ ସବ୍ସିଡି ହଡ଼ପ କରିଛନ୍ତି। ଚାଷୀଙ୍କୁ କୃଷି ଯନ୍ତ୍ରପାତି ବିକ୍ରିର ଜାଲ ପ୍ରମାଣପତ୍ର, ଚାଷୀଙ୍କ ନକଲି ପରିଚୟପତ୍ର, ସବ୍ସିଡି ଆବେଦନର ନକଲି ଦସ୍ତାବିଜ୍ ପ୍ରଭୃତି ଆବଶ୍ୟକ ସମସ୍ତ ତଥ୍ୟକୁ କେନ୍ଦ୍ର ସରକାରଙ୍କ ଡିବିଟି ପୋଟାଲରେ ଅପଲୋଡ କରି ଅର୍ଥ ହଡ଼ପ କରି ନେଇଛନ୍ତି।
ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ ୨୦୧୬-୧୭ରୁ ୨୦୧୯-୨୦ ପର୍ଯ୍ୟନ୍ତ ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇଥିବା ଦର୍ଶାଇ ବିଭିନ୍ନ ଡିଲରମାନଙ୍କ ସହ ମିଶି ପାଖାପାଖି ୧୨ କୋଟି ଟଙ୍କା ସବ୍ସିଡି ହଡ଼ପ କରିଛି। ମୋଟ ୧୭୬୬ କୃଷି ଯନ୍ତ୍ରାଂଶକୁ ସମାନ ସଂଖ୍ୟକ ଚାଷୀଙ୍କୁ ଦିଆଯାଇଥିବା ଦର୍ଶାଇ ଏହି ଟଙ୍କା ହଡ଼ପ କରାଯାଇଛି।
ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ର ଓଡ଼ିଶାରେ ପ୍ରାୟ ୧୧୫ ଡିଲର ନିଯୁକ୍ତ କରିଛି। ଯାହା ଭିତରୁ କେବିକେ ଦୀପ ଆଗ୍ର ସେଲ୍ସ ମାଲିକ ଚଉତରା ଦୀପ ଅନ୍ୟତମ।
କେତେକ ଘଟଣାରେ ଅଭିଯୁକ୍ତମାନେ କୌଶଳ କ୍ରମେ ନିରୀହ ଚାଷୀଙ୍କ ଠାରୁ ଅଗ୍ରୀମ ବ୍ଲାଙ୍କ ବ୍ୟାଙ୍କ ଚେକ୍ ହାସଲ କରି ସବ୍ସିଡି ପହଞ୍ଚିବା କ୍ଷଣି ହିଁ ପୂରା ଅର୍ଥ ଉଠାଇ ନେଇଥାନ୍ତି। ଅନିୟମିତତା ଧରାପଡ଼ିବା ପରେ ଇଓଡବ୍ଲୁ ପକ୍ଷରୁ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍କୁ ବନ୍ଦ କରାଯିବା ସହ ଏହା ସରକାରୀ ଡିବିଟି ପୋଟାଲକୁ ବନ୍ଦ ବ୍ଲକ କରିଦିଆଯାଇଛି।
ପୂର୍ବରୁ ଏହି ଠକେଇ ମାମଲାରେ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ତା’ର ଦୁଇ ଡିଲର ପ୍ରଭରଞ୍ଜନ ଦାଶ ଓ ସାଇକ୍ ଫୌୟାଜ୍ ଗିରଫ ହୋଇଥିଲେ। ଚାଷୀଙ୍କ ହକ୍ ତଥା ସରକାରୀ ସବ୍ସିଡି ଅର୍ଥ ହଡ଼ପର ଏଭଳି ଅଭିନବ କୌଶଳ ଦେଖି ଇଓଡବ୍ଲୁ ତାଜୁବ୍ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
