Advertisment

ରାଜଧାନୀରେ ଜମି ଜାଲିଆତି, ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଏହି ମାମଲାରେ ମାଷ୍ଟରମାଇଣ୍ଡ ସମେତ ୨ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ EOW।

ଅଦ୍ୟତନ ହୋଇଛି
land scam racket mastermind

land scam racket mastermind

Advertisment

ରାଜଧାନୀରେ ଜମି ଜାଲିଆତି। ଏହି ମାମଲାରେ ମାଷ୍ଟରମାଇଣ୍ଡ ସମେତ ୨ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ EOW। ଭୁବନେଶ୍ୱର ମଳିପଡ଼ା, ଶଙ୍କରପୁର ଜମି ଜାଲିଆତି ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ମାଷ୍ଟରମାଇଣ୍ଡ ଅନ୍ତର୍ଯ୍ୟାମୀ ସେନାପତି ଓ ତାଙ୍କ ସହଯୋଗୀ ଅନନ୍ତ ଚରଣ। ଅନ୍ତର୍ଯ୍ୟାମୀ ମୋହରିର କାମ କରୁଥିଲେ। ଜମି ହଡ଼ପ ପରେ ସେ ଜାଲିଆତି କରି ଏହାକୁ ନିଜ ନାଁରେ କରି ପରେ ଅନ୍ୟ ଲୋକଙ୍କୁ ବିକୁଥିଲେ।

Advertisment

ସୂଚନା ମୁତାବକ ମଳିପଡା ଓ ଶଙ୍କର ପୁର ମୌଜାରେ ୧୫୦ ଡିସିମିଲ ଜମିକୁ ୪ଟି ପ୍ଲଟ କରିବା ପରେ ସେଥିରୁ ୧୪୦ ଡିସିମିଲ ଜମିକୁ ୪ଟି ପ୍ଲଟ କରି ବିକ୍ରି କରାଯାଇଛି। ଗୋଟିଏ ଜମିର ଅସଲି ମାଲିକ ଲିପିକା ଦାସ ହୋଇଥିବା ବେଳେ, ଅନ୍ୟ ଜଣେ ମହିଳାଙ୍କୁ କାଗଜପତ୍ରରେ ଲିପିକା ବୋଲି ଦର୍ଶାଯାଇଛି। ଆଧାର ନମ୍ବରରେ ନକଲି ଲିପିକା ଫୋଟୋ ଲଗାଇ ନକଲି ସେଲ୍‌ଡିଡ୍ ହୋଇଛି। ଖଣ୍ଡଗିରି ସବ୍‌ରେଜିଷ୍ଟାର ଅଫିସ୍‌ରେ ଏହି ଜାଲିଆତିକୁ ରୂପ ଦିଆଯାଇଛି। ଲିପିକା ଏନେଇ ଅଭିଯୋଗ କରିବା ପରେ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ଇଓଡବ୍ଲୁ।

ଭୁବନେଶ୍ୱରରେ ଏଭଳି ୮ ଜମି ଜାଲିଆତି ମାମଲା ହୋଇଥିବା ଇଓଡବ୍ଲୁ ସୂଚନା ଦେଇଛି। ଏହି ଜାଲିଆତି ଜମି କିଣି ସେନା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବହୁ ଶିକ୍ଷିତ ଲୋକ ଠକାମୀରେ ପଡ଼ିଛନ୍ତି।

Advertisment

ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା EOW। ଏହି ରାକେର୍ଟର ଆଉ କିଛି ସଦସ୍ୟ ଏବେବି ଫେରାର ଅଛନ୍ତି ବୋଲି ଇଓଡବ୍ଲୁ ଏସ୍‌ପି ଦିଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

Criminal Arrested Land Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe