ରବି ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜିକରଣ ଅବଧି ବଢିଲା। ପୂର୍ବରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଅବଧି ରହିଥିବା ବେଳେ ଏଥିରେ ଆଉ ୭ ଦିନି ବୃଦ୍ଧି କରାଯାଇଛି। ଅର୍ଥାତ ୨୭ ତାରିଖ ଯାଏଁ ଅବଧି ବୃଦ୍ଧି କରାଯାଇଛି। ସେହିପରି ଚାଷୀ ନାମ ପଞ୍ଜୀକରଣ ପରେ ସୋସାଇଟି ସ୍ତରରେ ଡିଜିଟାଇଜେସନ ପ୍ରକ୍ରିୟା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଚାଷୀମାନେ ପାକ୍ସ କିମ୍ବା ସମବାୟ ଅନୁଷ୍ଠାନଗୁଡିକରେ ଧାର୍ଯ୍ୟ ସମୟ ଭିତରେ ନାମ ପଞ୍ଜୀକରଣ କରିପାରିବେ। ଚାଷୀମାନେ ଏହାର ସୁଯୋଗ ନେବାକୁ ଆଜି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।