Advertisment

ଆଜିଠାରୁ ପାଳନ ହେବ ‘ଜିରୋ ଫାଟାଲିଟି ୱିକ୍ ’

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଏଡାଇବାକୁ ପଦକ୍ଷେପ ନିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
fatality week'

fatality week'

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଏଡାଇବାକୁ ଆଜିଠାରୁ ସପ୍ତାହବ୍ୟାପୀ ପାଳନ ହେବ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ। ଏହି ସପ୍ତାହରେ ଯେମିତି ରାଜ୍ୟରେ ଜଣଙ୍କର ବି ମୃତ୍ୟୁ ହେବନି, ସେନେଇ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ।

Advertisment

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ଏସଓପି କିଭଳି ପାଳନ ହେବ ସେନେଇ ଧ୍ୟାନ ଦେବାକୁ ଚିଠି ଲେଖାଯାଇଛି। ଏଥିରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ବି କୁହାଯାଇଛି।

ଅନ୍ୟପକ୍ଷରେଆଉ ଆଉ ବାଇକ ଚଳାଇ ପାରିବେନି ସ୍କୁଲ ପିଲା। ଏଥିପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ବିଭିନ୍ନ ସ୍କୁଲ, କଲେଜ ଆଖପାଖରେ କଡାକଡି ଚେକିଂ ହେଉଛି। ଯଦି ପିଲାମାନେ ଗାଡ଼ି ଚଳାଉଥିବା ବେଳେ ଧରାପଡିଲେ ତେବେ ତଣ୍ଡ ଗଣିବେ ଗାଡ଼ି ମାଲିକ।

Advertisment
Odisha Police Road Accident Zero Fatality Week