ଗୋପାଳକୁ ବୁଝିବା ପାଇଁ ଏଫବିଆଇ ସହାୟତା ଲୋଡ଼ିଛୁ: ମୁଖ୍ୟମନ୍ତ୍ରୀ

ନବ ଦାସ ମର୍ଡର କେସ୍‌ର ପ୍ରାୟ ୨୫ ଦିନ ପରେ ଗୃହରେ ଏପରି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏଥିରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ।

FBI Inquiry PhotoOR

ନବ ଦାସ ହତ୍ୟା ଘଟଣାର ତଦନ୍ତ ପାଇଁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBIର ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ।

Niharika Rout
  • Published: Wednesday, 22 February 2023
  • Updated: 22 February 2023, 02:10 PM IST

Sports

Latest News

‘ନବ ଦାସ ମର୍ଡର କେସ୍‌ର ତଦନ୍ତ ପାଇଁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI (Federal Bureau of Investigation)ର ସହାୟତା ମଗାଯାଇଛି। ‘ଏନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ମଧ୍ୟ ଅନୁରୋଧ କରାଯାଇଛି’। FBI ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଅନୁରୋଧ କରିଛୁ।’ ନବ ଦାସ ମର୍ଡର କେସ୍‌ର ପ୍ରାୟ ୨୫ ଦିନ ପରେ ଗୃହରେ ଏପରି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବ ଦାସ ମର୍ଡର କେସ୍‌ର ପ୍ରାୟ ୨୫ ଦିନ ପରେ ଆଜି ମୁଁହ ଫିଟାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘଟଣାକୁ ନେଇ ବହୁ ଦିନ ହେବ ସମାଲୋଚିତ ହେବା ପରେ ଶେଷରେ ପାଟି ଫିଟାଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ନବୀନ ପଟ୍ଟନାୟକ।

Also Read

ବିଧାନସଭା ଗତକାଲିଠୁ ଆରମ୍ଭ ହୋଇଥିଲେ ବି ନବ ଦାସ ଝଡ଼ ଥମିବା ନାଁ ଧରୁନି। ଆଜି ଦ୍ୱିତୀୟ ଦିନରେ ବି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଅଧିବେଶନକୁ ବାରମ୍ବାର ମୁଲତବୀ କରିଛନ୍ତି ବାଚସ୍ପତି। ଏପରି ସମୟରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି ତଦନ୍ତ ସ୍ୱଚ୍ଛ ଭାବେ ହେଉଥିବା କହିଥିବା ସହ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବତନ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।

ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି ତାହାର ପରୀକ୍ଷା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାର ବିଶେଷଜ୍ଞ ଟିମ୍‌ର ସହାୟତା ନିଆଯାଇଛି। ଗୋପାଳ ଦାସର ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟ ଓ ସାଇକୋଲୋଜିକାଲ ଟେଷ୍ଟ ସରିଛି। ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର FBIର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି। ଏଥିନିମନ୍ତେ ଓଡିଶା ସରକାର ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯାଉନଥିବା କହିଲେ ମୁଖ୍ୟମନ୍ତ୍ରୀ।  

ଏହି ଅବସରରେ ବିରୋଧୀ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମୁଖ୍ୟମନ୍ତ୍ରୀ। ନବ ଦାସ ହତ୍ୟା ଘଟଣା ପରଠୁ ବିରୋଧୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷୁଥିବା ବେଳେ ଏଥର ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, ଏହି ଘଟଣାକୁ ନେଇ ରାଜନୀତି କରିବା ହେଉଛି ବିରୋଧୀଙ୍କ ଏଜେଣ୍ଡା। ସେମାନେ ହୀନ ରାଜନୀତି କରୁଛନ୍ତି। ଭିତ୍ତିହୀନ ଅଭିଯୋଗ କରୁଛନ୍ତି।

ଏପରି ହୀନ ରାଜନୀତି ପାଇଁ ରାଜ୍ୟବାସୀ କେବେ ବି ବିଜେପିକୁ କ୍ଷମା କରିବେ ନାହିଁ। ତେଣୁ ବିଜେପି ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ। ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ସ୍ୱଚ୍ଛ ଭାବେ ଚାଲିଛି। ଭରସା ରଖନ୍ତୁ। ତଦନ୍ତର କୌଣସି ବି ଦିଗକୁ ଛଡ଼ା ଯାଉନି।

ଜଣେ ପୁଲିସ୍‌ ଅପରାଧ ଘଟାଇଥିବା ବେଳେ ସବୁ ପୁଲିସ୍‌ଙ୍କୁ ବଦନାମ କରିବା କଥା ନୁହେଁ। ଏହା ଦୁର୍ଭାଗ୍ୟଜନକ ଘଟଣା। ବିରୋଧୀଙ୍କ ଆକ୍ଷେପ ଯୋଗୁ ପୁଲିସ୍‌ କର୍ମୀ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତରେ ସନ୍ତୁଷ୍ଟ ନ ଥିବା ବିଜେପି ପକ୍ଷରୁ କୁହାଯାଇଛି, ଆମେ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ଚାହୁଁଥିଲୁ। ଦିନ ସାରା ଆଲୋଚନା ହୋଇଥାନ୍ତା। ଆମେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ମାଗି ନ ଥିଲୁ। ମୁଖ୍ୟମନ୍ତ୍ରୀ ବିବୃତି ଦେବା ତାଙ୍କ ନିଜସ୍ୱ କଥା। ହେଲେ ଜାଣିଶୁଣି ବାରମ୍ବାର ବିଧାନସଭାକୁ ମୁଲତବୀ କରି ଚଳାଇ ଦିଆଯାଉନି। କ୍ରାଇମବ୍ରାଞ୍ଚ ତଦନ୍ତରେ ଆମର ଭରସା ନ ଥିବା ବେଳେ ଆମେ ସିବିଆଇ ତଦନ୍ତ ଚାହୁଁଛୁ ବୋଲି ବିଜେପି ନେତା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଗୃହରେ ବିବୃତି ରଖିଥିଲେ ମଧ୍ୟ ନବ ଦାସ ମର୍ଡର କେସ୍‌ ପଛର କାରଣ ସମ୍ପର୍କରେ କିଛି ବି ଉଲ୍ଲେଖ କରି ନାହାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ଦ୍ୱାରା ତଦନ୍ତ କରାଯିବା ପରେ ମଧ୍ୟ ୨୫ ଦିନ ମଧ୍ୟରେ ଗୋପାଳର ମନର କଥା ପଢ଼ିବାକୁ କେହି ସକ୍ଷମ ହୋଇ ପାରି ନାହାନ୍ତି। ନବ ଦାସ ମର୍ଡର କେସ୍‌ର ତଦନ୍ତ ଭାର ସିବିଆଇକୁ ଦେବାକୁ ବିରୋଧୀ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ଏଡ଼ାଇ ଚାଲିଛନ୍ତି। ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଉପରେ ଭରସା ନ କରି ରାଜ୍ୟ ସରକାର ଏବେ ନବ ଦାସ ମର୍ଡର କେସ୍‌ର ତଦନ୍ତ ପାଇଁ FBI ପରି ବିଦେଶୀ ତଦନ୍ତକାରୀ ସଂସ୍ଥାକୁ କାହିଁକି ଭରସା କରୁଛନ୍ତି ତାହା ବୁଝା ପଡ଼ୁନି। 

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଂଗ୍ରେସ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସୁଚିନ୍ତିତ ଭାବେ ନବଙ୍କୁ ହତ୍ୟା କରାଯାଇଛି, କ୍ରାଇମବ୍ରାଞ୍ଚ ଠିକ ଭାବେ ତଦନ୍ତ କରୁନି । ମୁଖ୍ୟମନ୍ତ୍ରୀଙ୍କର ଯଦି ଦମ୍ ଅଛି ଏସଆଇଟି ତଦନ୍ତ ପାଇଁ ଚିଠି ଲେଖନ୍ତୁ। ମୁଖ୍ୟମନ୍ତ୍ରୀ ନିଜ ସ୍ୱର, ଚିନ୍ତାଧାରା ବଦଳାନ୍ତୁ । ଘଟଣା ସ୍ଥଳରେ ନବଙ୍କ ମୃତ୍ୟୁ ହୋଇଛି, ତାଙ୍କୁ କାହିଁକି ଭୁବନେଶ୍ୱର କାହିଁକି ଅଣାଗଲା ବୋଲି ପଚାରିଛନ୍ତି ନରସିଂହ ମିଶ୍ର।

ଏହାବାଦ ସେ କହିଛନ୍ତି, ନବ ବିଜେଡିକୁ ଗଲା ପରେ ବିଜେଡି ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କର ତାଙ୍କ ସହ ପଡୁନଥିଲା। ତେଣୁ ସେ ହତ୍ୟାକାରୀ ହୋଇନଥିବେ ବୋଲି କିଏ କହିବ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ନାହିଁ କିମ୍ବା ସେ ତଥ୍ୟ ଲୁଚାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story