ଶେଷରେ ଗଠନ ହେଲା କଲ୍ୟାଣ ବୋର୍ଡ : ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା

ଡ୍ରାଇଭର କିମ୍ବା କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା, ସ୍ଥାୟୀ ଅକ୍ଷମ ହେଲେ ୧.୫୦ଲକ୍ଷ ଟଙ୍କା ଓ ଅତି ଗଭୀର ଆଘାତ ହେଲେ ୮୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।

BUS PhotoOR

representational image

Ordigital Desk
  • Published: Monday, 12 June 2023
  • Updated: 12 June 2023, 07:52 PM IST

Sports

Latest News

ଡ୍ରାଇଭରମାନଙ୍କ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ରାଜ୍ୟ ସରକାର ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି । ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘କଲ୍ୟାଣ ବୋର୍ଡ ଗଠନ’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏହି କଲ୍ୟାଣ ବୋର୍ଡକୁ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ପ୍ରାରମ୍ଭିକ ଭାବେ ପରିବହନ କର୍ମଚାରୀ ଯଥା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି । ଡ୍ରାଇଭର କିମ୍ବା କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା, ସ୍ଥାୟୀ ଅକ୍ଷମ ହେଲେ ୧.୫୦ଲକ୍ଷ ଟଙ୍କା ଓ ଅତି ଗଭୀର ଆଘାତ ହେଲେ ୮୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସେହିପରି ସାଧାରଣ ଭାବେ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

Also Read

ଏହାବ୍ୟତୀତ ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା ଆଦିରେ ସେମାନଙ୍କର ଯୋଗ୍ୟତା ଆଧାରରେ ସାମିଲ କରାଯିବ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କଲ୍ୟାଣ ବୋର୍ଡକୁ ରାଜ୍ୟ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେବେ । ପରବର୍ତ୍ତୀ ସମୟରେ ପଞ୍ଜିକରଣ ଶୁଳ୍କ ସଂଗ୍ରହ, ମୋଟରଯାନ ମାଲିକଙ୍କ ଅଂଶଦାନ ଓ ଅନ୍ୟାନ୍ୟ ସୂତ୍ରରୁ ପାଣ୍ଠି ସଂଗ୍ରହ କରି ଏହି କଲ୍ୟାଣ ବୋର୍ଡକୁ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କଲ୍ୟାଣ ବୋର୍ଡରେ ମୋଟର ପରିବହନର ଡ୍ରାଇଭର/କର୍ମଚାରୀଙ୍କ ପ୍ରତିନିଧିଙ୍କ ସମେତ ସରକାରୀ ଅଧିକାରୀ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିବେ । ବୋର୍ଡର କ୍ଷମତା ଓ କାର୍ଯ୍ୟଗୁଡ଼ିକ ନେଇ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଛି ।

ଏହି କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୫ଲକ୍ଷରୁ ଅଧିକ ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଡ୍ରାଇଭର ଏକତା ମଂଚ ପକ୍ଷରୁ ୧୦ଦଫା ଦାବିକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରାଯାଇଥିଲା । ତେବେ ସରକାରଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ମିଳିବା ପରେ ସେମାନେ ନିଜର ଆନ୍ଦୋଳନରୁ ଓହରି ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story