Advertisment

ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା ବାଣ ଭିଡ଼ା, ହଠାତ୍‌ ଫୁଟି ଲାଗିଲା ନିଆଁ!

ତେବେ ଏହି ସରକାରୀ କ୍ୱାର୍ଟର୍ସଟି କାହା ନାଁରେ ଅଛି ତାହା ଜଣାପଡ଼ି ନାହିଁ।

ଅଦ୍ୟତନ ହୋଇଛି
Blast

Blast

Advertisment

ବାଣ ବିସ୍ଫୋରଣ ଘଟି ସରକାରୀ କ୍ୱାର୍ଟର୍ସରେ ନିଆଁ ଲାଗିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏପରି ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ୍ ୨ ଥିବା ଏକ ସରକାରୀ କ୍ୱାର୍ଟର୍ସରେ।

Advertisment

ଭୁବନେଶ୍ୱର ୟୁନିଟ୍ ୨ରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା। ଏହି ବାଣ ଗୁଡ଼ିକ ବଜାରରେ ବିକ୍ରି କରାଯାଉଥିଲା। ହେଲେ କମିଶନ ରେଟ୍ ପୁଲିସ ପାଖରେ କୌଣସି ଖବର ନଥିଲା।  

ଆଜି ସକାଳେ କୌଣସି କାରଣ ବଶଃତ ବାଣ ତିଆରି ହେଉଥିବା ଘରେ ନିଆଁ ଲାଗିଯାଇଥିଲା। ବାଣ ଗୁଡ଼ିକ ବିସ୍ଫୋରଣ ଘଟିଥିଲା। ନିଆଁଟି କ୍ୱାର୍ଟର୍ସକୁ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ନିକଟରେ ଥିବା ସରକାରୀ କ୍ୱାର୍ଟର୍ସରେ କିଛି କ୍ଷୟକ୍ଷତି ହୋଇନାହିଁ। 

Advertisment

ତେବେ ଏହି ସରକାରୀ କ୍ୱାର୍ଟର୍ସଟି କାହା ନାଁରେ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Bhubaneswar Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe