Advertisment

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ,ରେଭେନ୍ସା ଆଗରେ

ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଦ୍ୟତନ ହୋଇଛି
First phase Plus 2 cut off

First phase Plus 2 cut off

Advertisment

ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ। ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି।

Advertisment

ରେଭେନ୍ସା ବିଶ୍ୱ ବିଦ୍ୟାଳୟ କଳାରେ ସର୍ବାଧିକ ୮୦ ପ୍ରତିଶତ କଟ୍ଅଫ ମାର୍କ ରହିଛି। ସେହିପରି କଳାରେ ଦ୍ୱିତୀୟରେ ଥିବା ରାଉରକେଲା ସରକାରୀ କଲେଜରେ କଟଅଫ୍ ମାର୍କ ୭୯ ପ୍ରତିଶତ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ଡିଏଭି ଟିଟିଲାଗଡ଼ରେ କଟଅଫ୍ ମାର୍କ ୭୮.୬୭ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ ଥିବା ବାଲେଶ୍ୱର ଏଫ୍‌ଏମ୍ କଲେଜର କଟଅଫ୍ ମାର୍କ ୭୮ ପ୍ରତିଶତ ଥିବାବେଳେ ପଞ୍ଚମରେ ଥିବା ଭବାନୀପାଟଣାର କଲେଜର କଟଅଫ୍ ମାର୍କ ୭୭.୫୦ ପ୍ରତିଶତ ରହିଛି।

 ସେହିପରି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ବିଜ୍ଞାନର କଟଅଫ୍ ମାର୍କ ସର୍ବାଧିକ ୯୧.୬୭ ରହିଛି।  ସେହିପରି ଦ୍ୱିତୀୟରେ ବାଲେଶ୍ୱର ଏଫ୍‌ଏମ୍ କଲେଜର କଟଅଫ୍ ମାର୍କ ୯୦ ପ୍ରତିଶତ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ବିଜେବି କଲେଜରେ କଟଅଫ୍ ମାର୍କ ୮୯ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ ଥିବା ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜର  କଟଅଫ୍ ମାର୍କ ୮୯  ରହିଥିବା ବେଳେ  ପଞ୍ଚମ ସ୍ଥାନରେ ଥିବା ସୋର ୟୁଏନ୍  କଲେଜ କଟଅଫ୍ ମାର୍କ ୮୬.୮୩ ପ୍ରତିଶତ ରହିଛି।

Advertisment

ବାଣିଜ୍ୟର ମଧ୍ୟ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି। ବାଣିଜ୍ୟର ସର୍ବାଧିକ କଟ୍ଅଫ ମାର୍କ ୭୯.୨୦%  ରହିଛି। ଦ୍ୱିତୀୟ ସ୍ଥାନରେ ରାଉରକେଲା ସରକାରୀ କଲେଜର କଟଅଫ୍ ମାର୍କ ୭୭.୩୩ ପ୍ରତିଶତ ଥିବାବେଳେ ବିଜେବିରେ କଟଅଫ୍ ମାର୍କ  ୭୩ ପ୍ରତିଶତ ରହିଛି।

ସେହିପରି ଚତୁର୍ଥ ସ୍ଥାନରେ ଥିବା କଟକ ଜେକେବିକେ କଲେଜରେ କଟଅଫ୍ ମାର୍କ  ୭୨.୨୦ ପ୍ରତିଶତ ଥିବାବେଳେ ପଞ୍ଚମରେ ଥିବା କଟକ ଶୈଳବାଳାର କଟଅଫ୍ ମାର୍କ  ୭୨.୧୭ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ। ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା। ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।

Bhubaneswar First Phase Plus 2 Cut Off Marks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe