Advertisment

ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଆରମ୍ଭ ହେଲା ବିମାନ ସେବା

ଆଜି ଏକ ବିମାନ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଭରି ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିଛି।

Flight

Flight

Advertisment

ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଆରମ୍ଭ ହେଲା ବିମାନ ସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଏକ ବିମାନ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଭରି ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିଛି।

Advertisment

ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ଟି ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିଛି । ଏହା ସପ୍ତାହରେ ୨ ଦିନ ଚାଲିବ। ରୂପରେଖ ବୃଦ୍ଧି କରାଯିବାର ଯୋଜନା ରହିଛି । ତେବେ ଦୀର୍ଘଦିନର ଦାବି ପରେ ଆଜିଠାରୁ ବ୍ରହ୍ମପୁରକୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ଜାହିର କରିଛନ୍ତି।

ଆଜି ବିମାନଟି ଭୁବନେଶ୍ୱରରୁ ଦିନ ୧୦ଟାରେ ଉଡ଼ାଣ ଭରିଥିବା ବେଳେ ୧୦ଟା ୪୦ରେ ବ୍ରହ୍ମପୁରରେ ପହଞ୍ଚିଥିଲା। ଏହାପରେ ଦିନ ୧୧ଟା ୫ଟାରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିଥିଲା।

Advertisment

ଗଞ୍ଜାମରେ ଅନେକ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସରକାର ଆଶା ରଖିଛନ୍ତି। ସେହିପରି ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ। ସେଠାକୁ ବିମାନ ଚଳାଚଳ ଦ୍ୱାରା ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।

Bhubaneswar Berhampur Rangeilunda Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe