Advertisment

ପ୍ଲାଷ୍ଟିକ ଚାଉଳ କଥା ମିଛ, ଭିଟାମିନ୍ ଯୁକ୍ତ ଚାଉଳ ଦିଆଯାଉଛି: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଯାହାକୁ ପ୍ଲାଷ୍ଟିକ ଚାଉଳ ବୋଲି କୁହାଯାଉଛି, ତାହା ଭିଟାମିନ ଯୁକ୍ତ ଚାଉଳ। ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲାଟ ପ୍ରୋଜେକ୍ଟ ଆକାରରେ ଏହି ଚାଉଳ ବଣ୍ଟନ କରାଯାଇଥିଲା।

author-image
Jitendra Garnayak
Atanu Sabyasachi

Atanu Sabyasachi

ପିଡିଏସ୍‌ରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ହେଉଥିବା ନେଇ ଗତ କିଛି ଦିନ ହେବ ଯେଉଁ ଅଭିଯୋଗ ଆସୁଛି ତାହା ଗୁଜବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ସେ କହିଛନ୍ତି, ଯାହାକୁ ପ୍ଲାଷ୍ଟିକ ଚାଉଳ ବୋଲି କୁହାଯାଉଛି, ତାହା ଭିଟାମିନ ଯୁକ୍ତ ଚାଉଳ। ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲାଟ ପ୍ରୋଜେକ୍ଟ ଆକାରରେ ଏହି ଚାଉଳ ବଣ୍ଟନ କରାଯାଇଥିଲା। ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏଭଳି ଗୁଜବ ସୃଷ୍ଟି ହୋଇଥିଲା। ସଚେତନ କରାଯିବା ପରେ ଲୋକେ ଜାଣି ପାରିଲେ ଯେ ଏହା ଭିଟାମିନ ଯୁକ୍ତ ଚାଉଳ।ବର୍ତ୍ତମାନ ଯେଉଁ ଦୁଇ ତିନୋଟି ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ଲୋକଙ୍କୁ ସଚେତନ କରିବ।

ଗୋଟେ କ୍ୱିଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ ଚାଉଳ ମିଶା ଯାଉଛି। ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ ହିତକର। ଚଳିତ ଫେବୃଆରୀ ମାସରୁ ସବୁ ଜିଲ୍ଲାରେ ଏହି ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି। ଏହି ଚାଉଳକୁ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ପରୀକ୍ଷା କରାଯାଉଛି। ତା’ ପରେ ଯାଇ ପିଡିଏସ୍‌ରେ ଏହାକୁ ଲୋକମାନଙ୍କୁ ଦିଆଯାଉଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି।

Advertisment
Healthy Food Plastic Rice