Advertisment

ଜଙ୍ଗଲ ନିଆଁ ତାତି ବିଧାନସଭାରେ, ବିରୋଧୀ ପଚାରିଲେ କେତେ ଗିରଫ କରିଛ କୁହ

ଆଜି ‘ଲାଗିଛି ନିଆଁ ଜଙ୍ଗଲରେ, ସରକାର ଶୋଇଛନ୍ତି ମହାନିଦ୍ରାରେ’ ଏହି ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି।

ଅଦ୍ୟତନ ହୋଇଛି
odisha assembly

odisha assembly

Advertisment

ନିଆଁ ଜଙ୍ଗଲରେ, ତାତି ବିଧାନସଭାରେ। ଆଜି ‘ଲାଗିଛି ନିଆଁ ଜଙ୍ଗଲରେ, ସରକାର ଶୋଇଛନ୍ତି ମହାନିଦ୍ରାରେ’ ଏହି ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି। ବିଜେପି କହିଛି, ଜଳୁଛି ଜଙ୍ଗଲ। ବଢ଼ୁଛି ତାପମାତ୍ରା। ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର। ଅଭିଯୋଗ କରିଛନ୍ତି ଦଲାଲଙ୍କୁ ସହାୟତା କରିବାକୁ ଯାଇ ବନ ବିଭାଗ କର୍ମଚାରୀ ହିଁ ଜଙ୍ଗଲରେ ଲଗାଉଛନ୍ତି ନିଆଁ।

Advertisment

ସେପଟେ ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ସରକାର କେତେ ଜଣଙ୍କୁ ଗିରଫ କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟତଃ ସମସ୍ତ ଜଙ୍ଗଲ ନିଆଁ ମନୁଷ୍ୟକୃତ। ବାହାର ନିଆଁ ଧାନ ଓ ମକା ଚାଷ ଅବଶିଷ୍ଟାଂଶ ଜାଳିବାରୁ ହୋଇଥାଏ। ମାର୍ଚ୍ଚ ୧୩ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୮୬ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୨ ହଜାର ୩୧୬ଟି ବା ୯୮ ପ୍ରତିଶତ ପ୍ରଶମନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରତିବର୍ଷ କେନ୍ଦ୍ର ସରକାର ଜଙ୍ଗଲ ନିଆଁ ପ୍ରତିହତ ପାଇଁ ବଜେଟ୍ କମାଇ ଚାଲିଥିବା ପାଲଟା ଅଭିଯୋଗ ବାଢ଼ିଛନ୍ତି ଜଙ୍ଗଲ ମନ୍ତ୍ରୀ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷତ୍ୟାଗ କରିଥିଲେ।

Advertisment

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ନାଁକୁ ମାତ୍ର କେନ୍ଦ୍ରକୁ ଦୋଷ ଦିଆଯାଉଛି। ମାତ୍ର ଓଡ଼ିଶା ସରକାରରେ ହିଁ ଜଙ୍ଗଲ ରାଜ୍ ଚାଲିଛି। ଜଙ୍ଗଲ ନିଆଁ ଲିଭାଇବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ସରକାର ୯୮ ପ୍ରତିଶତ ଜଙ୍ଗଲ ନିଆଁ ଲିଭାଇଥିବା କହୁଛନ୍ତି, ମାତ୍ର ଏବେ ବି ବହୁ ଜଙ୍ଗଲ ଜଳୁଛି। ତେଣୁ ଓଡ଼ିଶା ବନ ବିଭାଗର ମନ୍ତ୍ରୀ ଡାହା ମିଛ କହୁଛନ୍ତି।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଓଡ଼ିଶାର ଥିବା ଜଙ୍ଗଲର ୧୯୪ ସ୍ଥାନରେ ନିଆଁ ଜଳୁଛି। ଶିମିଳିପାଳ ଠାରୁ ଚନ୍ଦକା ପର୍ଯ୍ୟନ୍ତ ସବୁଠି ନିଆଁ ଲାଗିଛି। ଓଡ଼ିଶା ସରକାରଙ୍କ ପାଖରେ ଜଙ୍ଗଲ ନିଆଁ ଲିଭାଇବାକୁ କୌଣସି ଆଧୁନିକ ଉପକରଣ ବା ବ୍ୟବସ୍ଥା ନାହିଁ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, କେନ୍ଦ୍ର ସରକାର ଗତ ବଜେଟରେ ଜଙ୍ଗଲ ସୁରକ୍ଷା ନିମନ୍ତେ ୧୪ କୋଟି ଟଙ୍କା ଦେଇଥିବା ବେଳେ ଚଳିତ ବଜେଟରେ ଏହାକୁ କମାଇ ୮ କୋଟି ଟଙ୍କା ଦେଇଛି। ପ୍ରତ୍ୟେକ ବର୍ଷ ଏହି ବାବଦ ଅର୍ଥ କମିବାରେ ଲାଗିଛି।

୯୮ ପ୍ରତିଶତ ଜଙ୍ଗଲ ନିଆଁ ପ୍ରଶମନ ନେଇ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା। ନିଳଗିରିରୁ ଶିମିଳିପାଳ ସବୁଠି ଜଳୁଛି ଜଙ୍ଗଲ। ନୀଳଗିରି ରେଞ୍ଜରରେ ଲାଗିଥିବା ନିଆଁକୁ ବନ ବିଭାଗ କର୍ମଚାରୀ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି। ୩ ଦିନ ପରେ ବି ଏଠି ବନାଗ୍ନି ନିୟନ୍ତ୍ରଣକୁ ଆସୁନି ବୋଲି କହିଛନ୍ତି ବନ କର୍ମଚାରୀ। ସେହିପରି ଶିମିଳିପାଳ ପେଜଗଳାରରେ ବିହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ। ନିଆଁ ଲିଭାଇବା ପାଇଁ ବନ କର୍ମଚାରୀଙ୍କ ପ୍ରୟାସ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି ନିଆଁ। ଦୂର ପାହାଡ଼ରୁ ଉଠୁଛୁ ଧୂଆଁର ଆସ୍ତରଣ। ୧୦ ଦିନ ହେଲା ଏଠି ନିଆଁ ଲାଗିରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

Fire Breakout Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe