Advertisment

ବଢ଼ିଲା ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଅଡ଼ୁଆ, କୋର୍ଟରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା

ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ ଏବଂ ଅନ୍ୟମାନଙ୍କ ନାଁରେ ପବ୍ଲିକ ମନି ଲଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ) ବଳରେ ଅଭିଯୋଗ ଫର୍ଦ୍ଦ ଦାଖଲ କଲା ଇଡି।

ଅଦ୍ୟତନ ହୋଇଛି
Former BJD MLA Anam Naik

Former BJD MLA Anam Naik

Advertisment

ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ ଏବଂ ଅନ୍ୟମାନଙ୍କ ନାଁରେ ପବ୍ଲିକ ମନି ଲଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ) ବଳରେ ଅଭିଯୋଗ ଫର୍ଦ୍ଦ ଦାଖଲ କଲା ଇଡି। ପିଏମ୍‌ଏଲ୍‌ଏ ସ୍ୱତନ୍ତ୍ର କୋର୍ଟ ଏହାକୁ ବିଚାର ଲାଗି ଗ୍ରହଣ କରିଛନ୍ତି। ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ ରାଜସ୍ୱ ବିଭାଗରେ ଜୁନିଅର କ୍ଲର୍କ ଭାବେ କାମ କରୁଥିବା ବେଳେ ଆୟବର୍ହିଭୂତ ସମ୍ପତ୍ତି ଲିଙ୍କରେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିଲେ।

Advertisment

ଜବତ ହୋଇଥିବା ସମ୍ପତ୍ତି ତାଙ୍କ ଆୟ ତୁଳନାରେ ଡେର ଅଧିକ ଥିଲା। ସେ ସବୁକୁ ଜାଗା ଏବଂ ବ୍ୟାଙ୍କ ଆକାରରେ ନିଜ ନାଁରେ ଏବଂ ପରିବାର ସଦସ୍ୟ ନାଁରେ ତତକାଳୀନ ବିଧାୟକ ରଖିଥିଲେ ବୋଲି ଇଡି ସ୍ପଷ୍ଟ କରିଥିଲା। କୋରାପୁଟ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରିଥିଲେ। ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଦେଢ କୋଟି ଟଙ୍କାର ସମ୍ପତ୍ତିକୁ ମନି ଲଣ୍ଡରିଂ ଆଇନ ବଳରେ ଇଡି ଜବତ କରିଥିଲା।

ସୂଚନା ଥାଉକି, ଭବାନୀପାଟଣା ବିଧାନସଭା ଆସନରୁ ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୨୦ ଜାନୁଆରୀରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କୁ ଆୟବର୍ହିଭୂତ ସମ୍ପୂତ୍ତି ଠୁଳ ମାମଲାରେ ଗିରଫ କରିଥିଲା।  ଭିଜିଲାନ୍ସ ଏହି ମାମଲାରେ ପ୍ରାୟ ୩.୪୨ କୋଟି ସମ୍ପତ୍ତି ସମେତ ୪୯ ଲକ୍ଷ ଟଙ୍କାର ବୀମା ଇନ୍‌ଭେଷ୍ଟମେଣ୍ଟକୁ ଜବତ କରିଥିଲା।

Advertisment
Court Jhatka MLA ODISHA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe