Advertisment

ଗୁଜରାଟରେ ସତ ଉଗାରିବ ଗୋପାଳ, ପଲିଗ୍ରାଫ ପରେ ହେବ ନାର୍କୋ ଟେଷ୍ଟ

ନାର୍କୋ ଟେଷ୍ଟ ପୂର୍ବରୁ ଡାକ୍ତରଙ୍କ ଉପଦେଶ ମୁତାବକ ସମସ୍ତ ମେଡିକାଲ ଯାଞ୍ଚ କରାଯିବ। ‌ଯାଞ୍ଚ ରପୋର୍ଟ ଆସିବା ପରେ ନାର୍କୋ ଟେଷ୍ଟ କରାଯିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Gopal Das

Gopal Das

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ପ୍ରଥମେ ପଲିଗ୍ରାଫ ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ତା’ ପରେ ନାର୍କୋ ଟେଷ୍ଟ କରାଯିବ। ଗୋପାଳକୁ ଗୁଜରାଟ ନେଇଥିବା କ୍ରାଇମବ୍ରାଞ୍ଚ ଏହି ଯୋଜନା ରଖିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଗୋପାଳର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ। ଯେହେତୁ ବାଇପୋଲାର ରୋଗ ନେଇ ଗୋପାଳ ପୂର୍ବରୁ ଚିକିତ୍ସିତ ହେଉଥିବା କଥା ସାମନାକୁ ଆସିଥିଲା, ତେଣୁ ନାର୍କୋ ଟେଷ୍ଟ ପୂର୍ବରୁ ଡାକ୍ତରଙ୍କ ଉପଦେଶ ମୁତାବକ ସମସ୍ତ ମେଡିକାଲ ଯାଞ୍ଚ କରାଯିବ। ‌ଯାଞ୍ଚ ରିପୋର୍ଟ ଆସିବା ପରେ ନାର୍କୋ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ପଲିଗ୍ରାଫ ଟେଷ୍ଟ ବେଳେ ଗୋପାଳକୁ କେତେକ ଘଟଣା ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ। ଏହି ସମୟରେ ଶରୀରର ୫ଟି ପାରାମିଟରର ଗତି ବିଧି ଯାଞ୍ଚ କରାଯିବ। ଫୁସଫୁସ, ଶ୍ୱାସକ୍ରିୟା, ରକ୍ତଚାପ ଓ ଝାଳ ବାହାରିବା ଆଦିର ଗତିବିଧିକୁ ଗ୍ରାଫ ଜରିଆରେ ରେକର୍ଡ କରାଯିବ। କେଉଁ ନିର୍ଦ୍ଦିଷ୍ଟ ପ୍ରଶ୍ନରେ କ’ଣ ରହିଛି ଗ୍ରାଫ ତାହାର ଯାଞ୍ଚ ହେବ। ଏସବୁକୁ ଆଧାର କରି ଗୋପାଳ ସତ କହୁଛି କି ମିଛ କହୁଛି ତାହା ସାମ୍ନାକୁ ଆସିବ। ଏଥିରେ କେବଳ ହଁ ଆଉ ନା ରେ ହିଁ ଉତ୍ତର ଦେବାକୁ ପଡ଼ିଥାଏ ବୋଲି ଫୋରେନ୍‌ସିକ ଏକ୍ସପର୍ଟ କହିଛନ୍ତି।

Advertisment

ଗତକାଲି ଝାରସୁଗୁଡ଼ାରୁ ବିମାନ ଯୋଗେ ଗୋପାଳକୁ ଗୁଜରାଟ ନେଇଥିଲା କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗୋପାଳକୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ଏହି ଆଧାରରେ ଗୋପାଳର ୫ ଦିନିଆ ରିମାଣ୍ଡ ଆଜିଠାରୁ ଆରମ୍ଭ ହୋଇଛି। ଅନ୍ୟପଟେ ଗତକାଲି ଡିଜିପି ସୁନୀଲ ବଂଶଲ ଓ ତଦନ୍ତର ତଦାରଖ ଦାୟିତ୍ୱରେ ଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

Naba Das Crime Branch Naba Das Murder