Advertisment

୧୪ ବର୍ଷ ଧରି କରିଚାଲିଥିଲେ ପାପ, କନିଷ୍ଠ କିରାଣୀ ଗିରଫ

୧୪ ବର୍ଷ ଧରି କରିଚାଲିଥିଲେ ପାପ। ଶେଷରେ ସରକାରୀ କିରାଣିଙ୍କ ଏହି ପାପର ଅନ୍ତ ଘଟିଛି।

ଅଦ୍ୟତନ ହୋଇଛି
Government Clerk Arrested

Government Clerk Arrested

Advertisment

୧୪ ବର୍ଷ ଧରି କରିଚାଲିଥିଲେ ପାପ। ଶେଷରେ ସରକାରୀ କିରାଣିଙ୍କ ଏହି ପାପର ଅନ୍ତ ଘଟିଛି। ୩ଶହ ଚାକିରି ଆଶାୟୀଙ୍କୁ ୫ କୋଟି ଟଙ୍କାର ଚୂନ ଲଗାଇ ଏହି ସରକାରୀ କିରାଣି ଗିରଫ ହୋଇଛନ୍ତି। ଏହି ବିରାଟ ଠକ ଜଣକ ରଣପୁର ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ କିରାଣି ବିଭୂତି ମିଶ୍ର। ତାଙ୍କୁ ଆଜି ଲକ୍ଷ୍ମୀସାଗର ପୁଲିସ ଗିରଫ କରିଛି। ସେ ନକଲି ସରକାରୀ ଷ୍ଟାମ୍ପ, ଲେଟର ପ୍ୟାଡ୍ ବ୍ୟବହାର କରି ନକଲି ନିଯୁକ୍ତି ପତ୍ର, ସର୍ଭିସ୍ ବୁକ୍ ଦେଇ ନିଯୁକ୍ତି ଆଶାୟୀଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା। ପୁରୀରୁ ରାକେଟ ଅପରେଟିଂ ବେଳେ, କଟକରେ ଥିଲା କନସଲଟାନ୍ସି।

Advertisment

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ବିଭୂତି ନିଜର ସରକାରୀ ଚାକିରୀ ଦେଖାଇ ବିଶ୍ଵାସ ଜନ୍ମାଉ ଥିଲେ। ପରେ ନିଯୁକ୍ତି ଆଶାୟୀଙ୍କ ଠାରୁ ବହୁ ପରିମାଣର ଟଙ୍କା ଆଦାୟ କରି ନକଲି ନିଯୁକ୍ତିପତ୍ର ଦେଉଥିଲା।

ସେ କଟକରେ ଆଞ୍ଚଳିକ ନିଯୁକ୍ତି ସୂଚନା କେନ୍ଦ୍ର ନାମକ ଏକ କନସଲଟାନ୍ସି ଖୋଲି ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲା। ଗ୍ରାମ୍ୟ ଉନୟନ୍ନ ବିଭାଗରେ ଜେଇ, ଏସଡ଼ିଓ, ଆସିଷ୍ଟାଣ୍ଡ ଇଞ୍ଜିନିୟର ପଦବୀରେ ଚାକିରୀ ପାଇଁ ସେ ଟଙ୍କା ନେଇଥିଲା। ଅଭିଯୁକ୍ତ ଅନେକ ଏଜେଣ୍ଟଙ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା। ୨୦୧୪ରୁ ସେ ଏହି ଠକେଇର ଜାଲ ବିଛାଇ ବେକାର ଯୁବକ ଯୁବତୀଙ୍କୁ ଶିକାର କରୁଥିଲା।

Advertisment

ଲକ୍ଷ୍ମୀସାଗର ଥାନରେ ପିତବାସ ସାହୁଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ପରେ ଏହି ଠକେଇର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ପିତବାସଙ୍କୁ ନକଲି ସର୍ଭିସ ବୁକ୍ ଦେଇ ଅଭିଯୁକ୍ତ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Fake Item Racket Job Scam Odisha Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe