Advertisment

ସରକାରୀ କ୍ୱାର୍ଟର୍ସ ଏବେ ରାଜ୍ୟ ବାହାର ବ୍ୟବସାୟୀଙ୍କ କବଜାରେ

ଗୋଟିଏ କି ଦୁଇଟି ନୁହେଁ, ଭୁବନେଶ୍ୱରର ୨୦ରୁ ଅଧିକ ସରକାରୀ କ୍ୱାର୍ଟର୍ସ ଏବେ ଜବରଦଖଲରେ।

ଅଦ୍ୟତନ ହୋଇଛି
Government quarters

Government quarters

Advertisment

ସରକାରୀ କ୍ୱାର୍ଟର୍ସ ଏବେ ରାଜ୍ୟ ବାହାର ବ୍ୟବସାୟୀଙ୍କ କବଜାରେ। ଗୋଟିଏ କି ଦୁଇଟି ନୁହେଁ, ଭୁବନେଶ୍ୱରର ୨୦ରୁ ଅଧିକ ସରକାରୀ କ୍ୱାର୍ଟର୍ସ ଏବେ ଜବରଦଖଲରେ। ଆଲଟ୍ ହୋଇଥିବା ସରକାରୀ କ୍ୱାର୍ଟର୍ସକୁ ବାବୁମାନେ ଛାଡ଼ିବା ପରେ ଏହି ଘରକୁ କବଜାକୁ ନେଇ ଯାଉଛନ୍ତି ରାସ୍ତାକଡ଼ ବ୍ୟବସାୟୀ। ଭୁବନେଶ୍ୱର ରାଜମହଲ ଛକ କ୍ୱାର୍ଟର୍ସ ନମ୍ବର VR 13/1 ଏହାର ଜ୍ୱଳନ୍ତ ନମୁନା। 

Advertisment

ଘର ଭିତରେ ଭର୍ତ୍ତି ହୋଇଛି ପ୍ରଚୁର ପରିମାଣର ବେତ। ଆଉ ଘର ବାହାରେ ପଡ଼ିଛି ବେତ ତିଆରି ଆସବାବପତ୍ର। ଏ ଦୃଶ୍ୟ ଦେଖିଲେ ଲାଗୁଛି ଏଠି କେହି ଜଣେ ବେତକାରିଗର ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ଭିତରେ କିନ୍ତୁ ଲୁଚିଛି ଅସଲ ଗୁମର। ଅପରିଷ୍କାର ଅପରିଚ୍ଛନ୍ନ ହୋଇପଡ଼ିଛି ଏହି ସ୍ଥାନ। ବାହାର ଗେଟରେ ତାଲା ପଡ଼ିଥିବା ବେଳେ ଭିତର ଏମାନଙ୍କ କାରବରା ଚାଲିଛି ପୂରା ଖୁଲମଖୁଲା। ନା କେହି ପଚାରିବାକୁ ଅଛି ନା ଏମାନଙ୍କର ଖାତିର ଅଛି। ପାଚେରି ଭାଙ୍ଗି ଯିବାଆସିବା କରୁଛନ୍ତି, ଘର ଭିତରେ ଆଡ୍ଡା ଜମାଇ ରହୁଛନ୍ତି। ପଚାରିଲେ କହୁଛନ୍ତି ଆମେ ଅଛୁ ବୋଲି ଏ ସରକାରୀ କ୍ୱାର୍ଟର୍ସ ସୁରକ୍ଷିତ ଅଛି। 

ଦୀର୍ଘ ବର୍ଷେ ହେଲାଣି ଏହାକୁ ପଶ୍ଚିମବଙ୍ଗର ଜଣେ ବେତ ସାମଗ୍ରୀ ବ୍ୟବସାୟୀଙ୍କ କବଜାରେ ରଖିଛନ୍ତି। ତାଙ୍କୁ ହଟାଇବାକୁ ଏଠାରେ କେହି ନାହାନ୍ତିା ସେ ପାଚେରୀ ଭାଙ୍ଗି କ୍ୱାର୍ଟର୍ସ କବଜା କରିନେଇଛନ୍ତି। 

Advertisment

ଖାଲି ଏ ଗୋଟିଏ ସରକାରୀ କ୍ୱାର୍ଟର୍ସ ନୁହେଁ, ଏହିଭଳି ଏକାଧିକ ସରକାରୀ କ୍ୱାର୍ଟର୍ସ ଏବେ ଅଣଓଡ଼ିଆ ବ୍ୟବସାୟୀଙ୍କ କବଜାରେ। କେଉଁଠି ଫାଷ୍ଟଫୁଡ୍ ଦୋକାନୀ ରହୁଛନ୍ତି ତ ଆଉ କେଉଁଠି ଗ୍ୟାରେଜ୍ ବାଲା। ବାହାରେ ତାଲା ଝୁଲୁଛି, ଭିତରେ ବ୍ୟବସାୟ ଚାଲୁଛି।

Government quartersସରକାରୀ କ୍ୱାର୍ଟର୍ସ ବାହାରୁ ତାଲା, ଭିତରେ କାରବାର

ଗତକାଲି ୟୁନିଟ ୮ ସ୍ଥିତ ସରକାରୀ କ୍ୱାର୍ଟର୍ସ ନମ୍ବର 1R/2 ରୁ କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏଠି ଚିତ୍ତ ରଞ୍ଜନ ସାହୁ ନାମକ ଜଣେ ଗ୍ୟାରେଜ୍ ମାଲିକ ଭଡ଼ା ରହୁଥିଲେ। ଠିକ୍ ସେହିଭଳି ଗତ ୧୧ ତାରିଖରେ ୟୁନିଟ୍ ୨ ସ୍ଥିତ ଟାଇପ୍-ଟୁ କ୍ୱାର୍ଟର୍ସ ନମ୍ବର ୧୩/୨ରେ ବେଆଇନ୍ ବାଣ ଗଚ୍ଛିତ ଥିବା ବେଳେ ଏଠାରେ ବିସ୍ଫୋରଣ ହୋଇଥିଲା।

Government quartersସରକାରୀ କ୍ୱାର୍ଟର୍ସ ପାଚେରି ଭାଙ୍ଗି ଭିତରକୁ କବ୍‌ଜା କରିଛନ୍ତି ଅପରିଚିତ

ତେବେ ଏଠି ପ୍ରଶ୍ନ ଖୋଦ୍ ରାଜ୍ୟ ରାଜଧାନୀରେ ଏହା ସମ୍ଭବ ହେଉଛି କିପରି ? ସରକାରଙ୍କ ଜାଣତରେ ଏମିତି ଚାଲୁଛି ନା ସରକାର ଏ ବାବଦରେ ଅଜ୍ଞ? କୁହାଯାଉଛି କିଛି ନିର୍ଦ୍ଦିଷ୍ଟ ସରକାରୀ ବାବୁଙ୍କ ଖାତାକୁ ଏ କାରବାରରେ ମୋଟା ଅଙ୍କର ଚାନ୍ଦା ଯାଉଛି। ସରକାରୀ କ୍ୱାର୍ଟର୍ସ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠିଥିବା ବେଳେ ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୋଗ ଆସିଲେ ଚଢ଼ାଉ କରାଯିବ।

Bhubaneswar Government Of Odisha Govt. Scheme Mismanagement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe