Advertisment

ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇଟ୍ କଟିଯିବା ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ

୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ କୁଳପତିଙ୍କୁ ନିର୍ଦ୍ଦେଶ।

author-image
Jitendra Garnayak
President Droupadi Murmu addresses

President Droupadi Murmu

ଗତ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରିପୋର୍ଟ ମାଗିଛନ୍ତି। ମୁଖ୍ୟ ଶାସନ ସଚିବ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜ୍ୟପାଳ ରିପୋର୍ଟ ମାଗିଛନ୍ତି। ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଥିବା ବେଳେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ଏଥିପାଇଁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଜୟନ୍ତ ତ୍ରିପାଠୀ। ଏହା ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି ଘଟଣା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନିଜକୁ ଦାୟୀ କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି।

ଏହି ଅଭବାନୀୟ ତଥା ଲଜ୍ଜାଜନକ ଘଟଣା ପରେ ଶନିବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ ଯେ ସମାରୋହ ଅନୁଷ୍ଠିତ ହୋଇଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ବି ଇଡକୋ ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା। ହେଲେ ସେଇଟା ବି ଠିକ୍ ଲାଇଟ୍ କଟିବା ସମୟରେ କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା।

Advertisment

ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାକୁ ଗୁରୁତ୍ୱର ସହିତ ନିଆଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳାଇ ଶନିବାର କହିଥିଲେ ଯେ ଏହି ଘଟଣାର ତଦନ୍ତ କରାଯିବ। ଏହି ଘଟଣା କାହିଁକି ଘଟିଲା ଓ ଏଥିପାଇଁ ଦାୟୀ କିଏ, ତା’ର ଅନୁସନ୍ଧାନ କରାଯିବ।

President Of India Draupadi Murmu