Advertisment

ବଢ଼ିଲା ଅନୁକମ୍ପା ରାଶି; ବନ୍ୟ ପ୍ରାଣୀ ଆକ୍ରମଣରେ ଜୀବନ ଗଲେ ମିଳିବ ୬ ଲକ୍ଷ

ସେହିପରି ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ବି ସହାୟତା ରାଶି ବୃଦ୍ଧି କରାଯାଇଛିା

ଅଦ୍ୟତନ ହୋଇଛି
Tiger

Tiger

Advertisment

ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷରେ ମୃତାହତଙ୍କ ଅନୁକମ୍ପା ରାଶିକୁ ବଢ଼ାଇଛନ୍ତି ରାଜ୍ୟ ସରକାରା ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ଏଣିକି ମିଳିବ ୬ ଲକ୍ଷ ଟଙ୍କା। ପୂର୍ବରୁ ଏହି କ୍ଷେତ୍ରରେ ଅନୁକମ୍ପା ରାଶି ୪ ଲକ୍ଷ ଥିଲା। ଏହାକୁ ବଢ଼ାଇ ୬ ଲକ୍ଷ କରାଯାଇଛିା ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା

Advertisment

ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ବି ସହାୟତା ବୃଦ୍ଧି ହୋଇଛିା ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢ଼େଇ ଲକ୍ଷ ଟଙ୍କା, ୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢ଼ଲକ୍ଷ ଟଙ୍କା।

ସେହିପରି ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ବି ସହାୟତା ରାଶି ବୃଦ୍ଧି କରାଯାଇଛିା ଏଣିକି ଗାଈ, ମଇଁଷିର ମୃତ୍ୟୁ ହେଲେ ୩୭ ହଜାର ୫୦୦ ଟଙ୍କା, ବଳଦ ମୃତ୍ୟୁ ପାଇଁ ୩୨ ହଜାର ଏବଂ ବାଛୁରୀ ପାଇଁ ୫ ହଜାର ମିଳିବା

Advertisment
Bhubanswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe