Advertisment

‘ବିଜୁ ସୁରକ୍ଷା ଯୋଜନା’ ଓ ‘ଆଶୀର୍ବାଦ’ ଯୋଜନାରେ ୫୦୯୫୨ ଶିଶୁଙ୍କୁ ମାସିକ ଭତ୍ତା

ରାଜ୍ୟରେ ୧୯୦୯୫ଜଣ ଶିଶୁ ନିଜର ପିତାମାତାଙ୍କୁ ହରାଇ ଗତ ୨ବର୍ଷ ମଧ୍ୟରେ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି ।

author-image
Ordigital Desk
Child

Child

ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ‘ବିଜୁ ସୁରକ୍ଷା ଯୋଜନା’ ଓ ‘ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କୋଭିଡ୍ ମହାମାରୀ ସମୟରେ ‘ଆଶୀର୍ବାଦ’ ଯୋଜନା ଲାଗୁ କରିଛନ୍ତି । ଏହି ଉଭୟ ଯୋଜନାରେ ଏପର୍ଯ୍ୟନ୍ତ ୫୦୯୫୨ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ମାସିକ ୧୦୦୦ରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ।

Advertisment

ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ, ରାଜ୍ୟରେ ୧୯୦୯୫ଜଣ ଶିଶୁ ନିଜର ପିତାମାତାଙ୍କୁ ହରାଇ ଗତ ୨ବର୍ଷ ମଧ୍ୟରେ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କୋଭିଡ୍ ମହାମାରୀ ଯୋଗୁ ୧୦୮ଜଣ ଶିଶୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । ତେବେ ବିଜୁ ସୁରକ୍ଷା ଯୋଜନା ଓ ଆଶୀର୍ବାଦ ଯୋଜନାରେ ଏପର୍ଯ୍ୟନ୍ତ ୫୦୯୫୨ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ସରକାର ଉଭୟ ପିତାମାତା ହରାଇଥିବା ଶିଶୁଙ୍କୁ ମାସିକ ୨୫୦୦ଟଙ୍କା, ଜଣେ ପିତା ଅବା ମାତାଙ୍କୁ ହରାଇଥିବା ଶିଶୁକୁ ମାସିକ ୧୫୦୦ଟଙ୍କା, ଉଭୟ ପିତା-ମାତାଙ୍କୁ ହରାଇ ଶିଶୁ ଯତ୍ନ ଅନୁଷ୍ଠାନରେ ଲାଳନପାଳନ ହେଉଥିବା ଶିଶୁଙ୍କୁ ମାସିକ ହଜାରେ ଟଙ୍କାରେ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ୧୦୮ଜଣ ପିଲାଙ୍କୁ ସ୍ପୋନରସିପ୍ ମିଳିଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଶିଶୁମାନଙ୍କୁ ୧୮ବର୍ଷ ପୂରିବା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହାସହିତ ଶିଶୁମାନଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।

Pension Orphan