Advertisment

ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀର ହେବ ନବକଳେବର

ରାଜ୍ୟ ଲାଇବ୍ରେରୀ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସେଠାରେ ଥିବା ପିଲାମାନଙ୍କ ସହ ସୁବିଧାଅସୁବିଧା ପଚାରି ବୁଝିବା ସହ ଖୁବଶୀଘ୍ର ଲାଇବ୍ରେରୀର ରୂପାନ୍ତରଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

author-image
Ordigital Desk
Harekrushna Mahtab State Library

Harekrushna Mahtab State Library

ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର(ଲାଇବ୍ରେରୀ)ର ନବକଳେବର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଲାଇବ୍ରେରୀର ରୂପାନ୍ତରଣ କରାଯିବ ।

Advertisment

ରାଜ୍ୟ ଲାଇବ୍ରେରୀ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସେଠାରେ ଥିବା ପିଲାମାନଙ୍କ ସହ ସୁବିଧାଅସୁବିଧା ପଚାରି ବୁଝିବା ସହ ଖୁବଶୀଘ୍ର ଲାଇବ୍ରେରୀର ରୂପାନ୍ତରଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଏଣିକି ଲାଇବ୍ରେରୀ ପ୍ରତି ସୋମବାର ବନ୍ଦ ରହିବ । ଶନିବାର ଓ ରବିବାର ଲାଇବ୍ରେରୀ ଖୋଲା ରହିବ । ପିଲାମାନଙ୍କ ସୁବିଧା ପାଇଁ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଫୁଡକୋର୍ଟ ଓ କାଫେଟେରିଆ ଖୋଲାଯିବ । ଏଠାକୁ ଆସୁଥିବା ପିଲାମାନଙ୍କ ସୁବିଧା ପାଇଁ ଏହି କ୍ୟାଣ୍ଟିନ ଖୋଲା ରହିବ । ଅଧିକାଂଶ ଛାତ୍ରଛାତ୍ରୀ ଏଠାକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଆସୁଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ୱାଇଫାଇ ସୁବିଧା ଯୋଗାଇ ଦିଆଯିବ । ଲାଇବ୍ରେରୀରେ ଆଇଟିଯୁକ୍ତ ଓ ସ୍ମାର୍ଟ ମ୍ୟାନେଜମେଂଟ ବ୍ୟବସ୍ଥା ରହିବ । ଛାତ୍ରଛାତ୍ରୀମାନଙ୍କ କାଉନସେଲିଂ ପାଇଁ ବିଭିନ୍ନ ବର୍ଗର ବିଶେଷଜ୍ଞମାନଙ୍କୁ ଡାକି କାର୍ଯ୍ୟ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

Bhubaneswar Bhubaneswar News