Harekrushna Mahtab State Library
ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର(ଲାଇବ୍ରେରୀ)ର ନବକଳେବର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଲାଇବ୍ରେରୀର ରୂପାନ୍ତରଣ କରାଯିବ ।
ରାଜ୍ୟ ଲାଇବ୍ରେରୀ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସେଠାରେ ଥିବା ପିଲାମାନଙ୍କ ସହ ସୁବିଧାଅସୁବିଧା ପଚାରି ବୁଝିବା ସହ ଖୁବଶୀଘ୍ର ଲାଇବ୍ରେରୀର ରୂପାନ୍ତରଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଏଣିକି ଲାଇବ୍ରେରୀ ପ୍ରତି ସୋମବାର ବନ୍ଦ ରହିବ । ଶନିବାର ଓ ରବିବାର ଲାଇବ୍ରେରୀ ଖୋଲା ରହିବ । ପିଲାମାନଙ୍କ ସୁବିଧା ପାଇଁ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଫୁଡକୋର୍ଟ ଓ କାଫେଟେରିଆ ଖୋଲାଯିବ । ଏଠାକୁ ଆସୁଥିବା ପିଲାମାନଙ୍କ ସୁବିଧା ପାଇଁ ଏହି କ୍ୟାଣ୍ଟିନ ଖୋଲା ରହିବ । ଅଧିକାଂଶ ଛାତ୍ରଛାତ୍ରୀ ଏଠାକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଆସୁଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ୱାଇଫାଇ ସୁବିଧା ଯୋଗାଇ ଦିଆଯିବ । ଲାଇବ୍ରେରୀରେ ଆଇଟିଯୁକ୍ତ ଓ ସ୍ମାର୍ଟ ମ୍ୟାନେଜମେଂଟ ବ୍ୟବସ୍ଥା ରହିବ । ଛାତ୍ରଛାତ୍ରୀମାନଙ୍କ କାଉନସେଲିଂ ପାଇଁ ବିଭିନ୍ନ ବର୍ଗର ବିଶେଷଜ୍ଞମାନଙ୍କୁ ଡାକି କାର୍ଯ୍ୟ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1685121519.jpg)