Advertisment

ହରିଶ୍ଚନ୍ଦ୍ର ସହାୟତା ରାଶି ହଜାରେ ଟଙ୍କା ବଢ଼ିଲା

ଏଣିକି ଗ୍ରାମାଂଚଳରେ ୨ହଜାର ପରିବର୍ତ୍ତେ ୩ହଜାର ଟଙ୍କା ଏବଂ ସହରାଂଚଳରେ ୩ହଜାର ପରିବର୍ତ୍ତେ ୪ହଜାର ଟଙ୍କାର ଆର୍ଥିକ ସହାୟତା ହରିଶ୍ଚନ୍ଦ୍ର ଯୋଜନାରେ ମିଳିବ ।

harischandra  yojana

harischandra yojana

Advertisment

ହରିଶ୍ଚନ୍ଦ୍ର ସହାୟତା ରାଶି ପରିମାଣ ହଜାରେ ଟଙ୍କା ବୃଦ୍ଧି ପାଇଛି । ଏଣିକି ଗ୍ରାମାଂଚଳରେ ୨ହଜାର ପରିବର୍ତ୍ତେ ୩ହଜାର ଟଙ୍କା ଏବଂ ସହରାଂଚଳରେ ୩ହଜାର ପରିବର୍ତ୍ତେ ୪ହଜାର ଟଙ୍କାର ଆର୍ଥିକ ସହାୟତା ହରିଶ୍ଚନ୍ଦ୍ର ଯୋଜନାରେ ମିଳିବ । ଏହାସହିତ ହରିଶ୍ଚନ୍ଦ୍ର ସହାୟତା ଯୋଜନା ନିମନ୍ତେ ପ୍ରତ୍ୟେକ ପଂଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲଯାଇଛି ଓ ଏଥିପାଇଁ ସରକାର ୧୫ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହରିଶ୍ଚନ୍ଦ୍ର ସହାୟତା ରାଶିର ପରିମାଣକୁ ୧ହଜାର ଟଙ୍କାକୁ ବୃଦ୍ଦି କରାଯିବା ସହ ପଂଚାୟତସ୍ତରରେ ଏକ ରିଭଲଭିଂ ପାଣ୍ଠି ଖୋଲାଯାଇଛି । ନିଜର ପ୍ରିୟଜନଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତେଷ୍ଟି ପାଇଁ ଏବେ ଗ୍ରାମାଂଚଳରେ ଦୁଇ ହଜାର ଟଙ୍କା ଓ ସହରାଂଚଳରେ ତିନି ହଜାର ଟଙ୍କା ସହାୟତା ଦିଆଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ରାଶିରେ ହଜାରେ ଟଙ୍କା ବୃଦ୍ଧି ହୋଇଛି । ଏଣିକି ଗ୍ରାମାଂଚଳ ପାଇଁ ତିନି ହଜାର ଟଙ୍କା ଏବଂ ସହରାଂଚଳ ଓ ପୁରୀ ସ୍ୱର୍ଗଦ୍ୱାର ପାଇଁ ଚାରି ହଜାର ଟଙ୍କା ସହାୟତା ମିଳିବ। ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଅବା ବ୍ଲକସ୍ତରୀୟ ସମ୍ପ୍ରସାରଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଂଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି।

Advertisment

ସୂଚନାଯୋଗ୍ୟ, ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚକୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରୁଛନ୍ତି । ସମସ୍ତ ପଂଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦.୧୯କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe