Advertisment

ଆଉ ୪ ଦିନ ସିଝିବ ଓଡ଼ିଶା

ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଦ୍ୟତନ ହୋଇଛି
SRC & ACS review meeting

SRC & ACS review meeting

Advertisment

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୋକା। ଏହା ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏପଟେ ରାଜ୍ୟରେ ବଢିଛି ତାତି। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହୋଇପଡିଛି ଗ୍ରୀଷ୍ମ ପ୍ରବାହ। ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଛି।

ଆଜି ୧୬ଟି ସହରର ତାପମାତ୍ରା ୪୦ ଉପରେ ରେକର୍ଡ ହୋଇଛି। ସର୍ବାଧିକ ୪୩.୪ ଡିଗ୍ରୀ ସହ ବୌଦ୍ଧ ଏବଂ ଝାରସୁଗୁଡା ରାଜ୍ୟର,ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାତି ଏମିତି ଯେ ମୁଣ୍ଡ ଉପରେ ଛତା, ମୁହଁରେ କପଡା ଆଉ ଆଖିରେ କଳା ଚଷମା ବିନା ଘରୁ ଗୋଡ କାଢିବା ମୁସ୍କିଲ। ମୁଣ୍ଡ ଫଟା ଖରା ଓ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି। ରାସ୍ତାଘାଟ ଶୂନଶାନ୍। ଗରମ ଏମିତି ଯେ, ଘରେ ବି ଛଟପଟ ହୋଇପଡିଥିଲା ଜନଜୀବନ।

Advertisment

ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ରିପୋର୍ଟ ମୁତାବକ, ବୌଦ୍ଧ ଓ ଝାରସୁଗୁଡାରେ ୪୩.୪, ସମ୍ବଲପୁରରେ ୪୩.୩, ସୁନ୍ଦରଗଡ଼ରେ ୪୨.୧, ସୁନ୍ଦରଗଡ଼ରେ ୪୨.୧, ରାଉରକେଲାରେ ୪୨, ଅନୁଗୋଳରେ ୪୧.୭, ସୋନପୁରରେ ୪୧.୩, ବଲାଙ୍ଗୀରରେ ୪୧.୨, ଟିଟିଲାଗଡ଼ ସମେତ ତାଳଚେର ଓ ନୂଆପଡ଼ାରେ ୪୧, ବାରିପଦାରେ ୪୦.୬, ବରଗଡ଼ ଓ ନୟାଗଡ଼ାରେ ୪୦.୨, ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେପଟେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିନ ୧୧ଟାରୁ ୩ଟା ଯାଏଁ ଟାଣ ଖରାରେ ପଦାକୁ ନ ବାହାରିବା, ଖରାରେ କଠିନ ପରିଶ୍ରମ ନକରିବା ଏବଂ ଜରୁରୀ କାମରେ ବାହାରକୁ ଗଲେ ପାଣି ବୋତଲ, ଛତା, କଳା ଚଷମା, ଚପଲ, ହାଲୁକା ଓ ଢିଲା ପୋଷାକ ପିନ୍ଧିବାକୁ ଅବଗତ କରାଯିବ ବୋଲି ବିଭାଗୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Heat Wave In Odisha Weather Report Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe