Advertisment

୨୩୩ କଲେଜ ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ

୨୩୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କିରାଣୀଙ୍କ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ କିଛି ଅଫିସିଆଲ ରିପୋର୍ଟ ମାଗିଥିଲେ।

ଅଦ୍ୟତନ ହୋଇଛି
Higher education department

Higher education department

Advertisment

ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କିରାଣୀଙ୍କ ଦରମା ବନ୍ଦ କରିଛି ଉଚ୍ଚ ଶିକ୍ଷା ବିଭାଗ। ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

୨୩୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କିରାଣୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ କିଛି ଅଫିସିଆଲ ରିପୋର୍ଟ ମାଗିଥିଲେ। ଚିଠିର
ଉତ୍ତର ଦେବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଏହି କଲେଜର ଗୁଡ଼ିକର ଅଧ୍ୟକ୍ଷ ଓ କିରାଣୀ କୌଣସି ଉତ୍ତର ଦେଇ ନଥିଲେ।  ଏନେଇ ବାରମ୍ବାର  ବାରମ୍ବାର କଲେଜମାନଙ୍କୁ ରିପୋର୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ଚିଠି କରାଯାଇଥିଲା। ହେଲେ କୌଣସି ସୁଫଳ ମିଳି ନଥିଲା। ପରେ ଉଚ୍ଚ ବିଭାଗ ଅଧ୍ୟକ୍ଷ ଓ କିରାଣୀଙ୍କ ଦରମାକୁ ବନ୍ଦ କରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନର ବିଫଳତା ବୋଲି ଉଚ୍ଚ  ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ଶିକ୍ଷାବିଭାଗ କେଉଁ ରିପୋର୍ଟ ମାଗିଥିଲା, ତାହା ଜଣାପଡ଼ି ନାହିଁ। 

Advertisment
Bhubaneswar Higher Education Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe