/odisha-reporter/media/post_attachments/uploadimage/library/16_9/16_9_0/Vote_1680536005.jpg)
Vote
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏଏସିରେ ଆଜି ନିର୍ବାଚନ ଶେଷ ହୋଇଛି । ଏହି ଦୁଇଟି ଏନଏଏସିର ମୋଟ ୨୮ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ଆସନ୍ତା ୫ତାରିଖରେ ଗଣତି କରାଯିବ ।
ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଏହି ଦୁଇ ଏନଏସିରେ ଭୋଟଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ଅତାବିରା ଏନଏଏସିରେ ୭୪ପ୍ରତିଶତ ଭୋଟଗ୍ରହଣ ହୋଇଛି । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲ ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।
ସେହିପରି ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଆଜି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୫ତାରିଖ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ ଓ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ସହ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି ବୋଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
