Advertisment

ମୁଁ ନିର୍ଦ୍ଦଳୀୟ, କୌଣସି ଦଳରେ ନାହିଁ: ତଥାଗତ

‘ସଭାପତିଙ୍କ ତରଫରୁ ନିମନ୍ତ୍ରଣ ହୋଇଥିଲା। ସେହି ନିମନ୍ତ୍ରଣକୁ ରକ୍ଷା କରି ଆସିଛି। ମୁଁ ନିର୍ଦ୍ଦଳୀୟ। ନିର୍ବାଚନ ରାଜନୀତିରେ ପୁନଃ ପ୍ରବେଶ କରିବା ପାଇଁ ମୁଁ ଅମଙ୍ଗ ଅଛି।’

author-image
Manoranjan Sial
ଅଦ୍ୟତନ ହୋଇଛି
Tathagata Satpathy

Tathagata Satpathy

ମୁଁ ନିର୍ଦ୍ଦଳୀୟ। କୌଣସି ଦଳରେ ନାହିଁ। ମୁଁ ଆପଣଙ୍କ ଦଳରେ ଅଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଆଜି ଏମିତି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ।

Advertisment

୨୦୧୯ ସାଧାରଣ ନିର୍ବାଚନ ପରଠାରୁ ତଥାଗତ ସତପଥୀ ପ୍ରଥମ ଥର ପାଇଁ ଆଜି ନବ ଗଠିତ ବିଜେଡି ପାର୍ଟି ଅଫିସ୍‌କୁ ଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସେଠାରେ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ନାନା ପ୍ରଶ୍ନ ପଚାରିଥିଲେ। ଆଉ ତଥାଗତ ମନ କଥାକୁ କହିଥିଲେ।

ସେ କହିଥିଲେ, ସଭାପତିଙ୍କ ତରଫରୁ ନିମନ୍ତ୍ରଣ ହୋଇଥିଲା। ସେହି ନିମନ୍ତ୍ରଣକୁ ରକ୍ଷା କରି ଆସିଛି। ମୁଁ ନିର୍ଦ୍ଦଳୀୟ। ନିର୍ବାଚନ ରାଜନୀତିରେ ପୁନଃ ପ୍ରବେଶ କରିବା ପାଇଁ ମୁଁ ଅମଙ୍ଗ ଅଛି। ସେଥିପାଇଁ ବହୁତ ଖସିରେ ରହିଛି। ବିଲ୍‌ଡିଂଟି ବହୁତ ସୁନ୍ଦର ହୋଇଛି। ବିଲ୍‌ଡିଂଟି ଭଲ ହୋଇଛି ବୋଲି ତଥାଗତ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଯେଉଁମାନଙ୍କୁ ଖୋଜା ପଡନ୍ତି, ସେମାନେ ଭାରି ଖୁସି ହୁଅନ୍ତି। ସେମାନେ ଡାକିଲେ ଓ ମୁଁ ଆସିଲି। ତେଣୁ ମୁଁ ବହୁତ ଖୁସି। ମୁଁ କୌଣସି ନିର୍ବାଚନୀ ରାଜନୀତିରେ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ତଥାଗତ କହିଛନ୍ତି।

Bhubaneswar BjD Bhubaneswar News