Advertisment

୫ ଲକ୍ଷ ଗାଡ଼ି ମାଲିକ ଲଗାଇ ନାହାନ୍ତି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ଧରାପଡ଼ିଲେ ଗଣିବେ ଜରିମାନା

ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ଯାଞ୍ଚ ବେଳେ ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ।

ଅଦ୍ୟତନ ହୋଇଛି
high security number plate Odisha

high security number plate Odisha

Advertisment

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇନଥିବା ଚାଳକଙ୍କୁ ଚେତାବନୀ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ତଣ୍ଡ। ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ଯାଞ୍ଚ ବେଳେ ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ। ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ। ଏକ ପ୍ରେସ ନୋଟରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଶ୍ରୀ ଲାଲମୋହନ ସେଠୀ(ସଡକ ସୁରକ୍ଷା) ଏନେଇ ଆଜି ସୂଚନା ଦେଇଛନ୍ତି।

Advertisment

ସୂଚନାରେ କୁହାଯାଇଛି ଯେ, ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ତଥା ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗେଇବାର ଅବଧି ଚଳିତ ବର୍ଷ ଫେବୃଆରୀ ୨୮ରୁ ଶେଷ ହୋଇଯାଇଛି। ଏହା ଦେଖାଯାଉଛି ଯେ କିଛି ଗାଡି HSRP ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗଡ଼ୁଛି।

ଚଳିତ ମାସ ୭ ତାରିଖ ସୁଦ୍ଧା ମୋଟ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡି ମାଲିକ HSRP ସ୍ଲଟ୍ ବୁକ୍ କରିଛନ୍ତି। ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡିରେ HSRP ଲଗାଯାଇଛି। ପ୍ରାୟ ୫ ଲକ୍ଷ ଗାଡ଼ିରେ HSRP ଲଗାଯାଇନି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବା ଉଚିତ୍।

Advertisment

ଏମ୍‌ଭି ଆକ୍ଟ ୧୯୮୮ର ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ। ଗାଡ଼ି ଚାଳକଙ୍କ ଠାରୁ ଏବାବଦରେ ଜୋରିମାନା ଆଦାୟ କରାଯିବ। ସିଏମ୍‌ଭିଆର, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ HSRP ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପ୍ରେସ୍‌ ନୋଟ୍‌ରେ କୁହାଯାଇଛି।

High Security Number Plate High Security Number Plate Registration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe