Advertisment

ଖୁବ୍‌ଶୀଘ୍ର ଆସିପାରେ ବ୍ରେନ୍ ମ୍ୟାଲେରିଆ ଔଷଧ

ପ୍ରାରମ୍ଭିକ ଭାବେ ମୂଷା ଦେହରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି।

ଅଦ୍ୟତନ ହୋଇଛି
ILS

ILS

Advertisment

ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ILS)ର ବଡ଼ ସଫଳତା। ବ୍ରେନ୍ ମ୍ୟାଲେରିଆ ରୋଗ ନିରାକରଣ ଲାଗି ILS ଉଦ୍ଭାବନ କରିଛି ଔଷଧ। ତେଣୁ ଖୁବ୍‌ଶୀଘ୍ର ଏହି ଔଷଧ ବଜାରକୁ ଆସିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ILS ର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ ଦ୍ଵାରା ପ୍ରସ୍ତୁତ ହୋଇଛି ଏହି ଔଷଧ। ପ୍ରାରମ୍ଭିକ ଭାବେ ମୂଷା ଦେହରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ।

ଏହି ଔଷଧର ମାନବ ପରୀକ୍ଷଣ ସଫଳ ହେଲେ ବ୍ରେନ୍ ମ୍ୟାଲେରିଆ ଓ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ବଡ଼ ଅସ୍ତ୍ର ଭାବେ କାମ କରିବ। ଏଥିସହ ମ୍ୟାଲେରିଆ ଜନିତ ମୃତ୍ୟୁ ରୋକିବାରେ ସହାୟକ ହେବ। ILS ବୈଜ୍ଞାନିକଙ୍କ ଏହି ସଫଳତା ନେଇ ସାଇନ୍ସ ମାଗାଜିନ୍‌ରେ ସନ୍ଦର୍ଭ ପ୍ରକାଶ ପାଇଛି।

Advertisment

୨୦୧୬ ରୁ ILSରେ ଆରମ୍ଭ ହୋଇଥିଲା ଗବେଷଣା। ମାନବ ପରୀକ୍ଷଣ ନିମନ୍ତେ ଅର୍ଥ ଯୋଗାଡ଼ ଲାଗି ବାୟୋ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଣ୍ଟ କାଉନସିଲ (BIRAC)କୁ ଆବେଦନ କରିଛି ILS । ପାଣ୍ଠି ଯୋଗାଡ଼ ହେବା ପରେ ଆରମ୍ଭ ହେବ କ୍ଲିନିକାଲ ଟ୍ରାଏଲ। ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ଚାଲିବ ମାନବ ପରୀକ୍ଷଣ।

Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe