Advertisment

ନଦୀ ନେଇଛି ୯୭୦ ଜୀବନ

ଗତ ତିନିବର୍ଷ ଭିତରେ ନଦୀରେ ଗାଧୋଇବା ବେଳେ ୧୬୧୫ ଜଣ ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି।

drowning death

drowning death

Advertisment

ଗତ ୩ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ନଦୀରେ ଗାଧୋଇବା ବେଳେ ଯାଇଛି ୯୭୦ ଜୀବନ। ଏନେଇ ଆଜି ବିଧାନସଭାରେ ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ଏହା ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

Advertisment

ଉତ୍ତରରେ ଉଲ୍ଲେଖ କରାଯାଇଛି, ଗତ ତିନିବର୍ଷ ଭିତରେ ନଦୀରେ ଗାଧୋଇବା ବେଳେ ୧୬୧୫ ଜଣ ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେତେବେଳେ କି ୯୭୦ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

ନଦୀ ନିକଟରେ ଥିବା ବିଭିନ୍ନ ବିପଦସଙ୍କୁଳ ସ୍ଥାନରେ ପର୍ବପର୍ବାଣୀ ସମୟରେ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଆବଶ୍ୟକ ଉପକରଣ ସହ ଉଦ୍ଧାର କାମ ନିମନ୍ତେ ମୁତୟନ କରାଯାଉଛି।

Advertisment

ସୂଚନା ଥାଉକି, ରାଜ୍ୟ ବିଭିନ୍ନ ସହର ଉପକଣ୍ଠ ନଦୀରେ ଗଧୋଇବା ସମୟରେ ଅନେକ ଲୋକଙ୍କ ଜୀବନ ଯାଉଛି। ହୋଲି ଓ ଅନ୍ୟ ପର୍ବପର୍ବାଣୀ ବେଳେ ଅଘଟଣ ସଂଖ୍ୟା ଅଧିକ ହେଉଛି। ଯାହାକୁ ରୋକିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଆସୁଛି।

Unnatural Death Odisha Assembly Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe