/odisha-reporter/media/post_attachments/uploadimage/library/16_9/16_9_0/DN_GROUP_1688534023.jpg)
DN GROUP
ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତି ସରଗରମ ସରିଛି। ଆଜି ଦ୍ୱିତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି।
ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା ଆୟକର ବିଭାଗର କର୍ମଚାରୀ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମଳିଛି। କର୍ମଚାରୀ ଜଣଙ୍କ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କେଉଁ ଉଦ୍ଦେଶ୍ୟରେ ଓ କାହାଠାରୁ ଏତେ ଟଙ୍କା ଆଣି ଜଣେ କର୍ମଚାରୀ ନିଜ ଘରେ ଥାକ ମାରି ରଖିଥିଲେ ? ଏପରି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି ଆୟକର ଅଧିକାରୀ।
ଗତକାଲି ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ଡିଏନ ଗ୍ରୁପର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଛାପା ମାରିଥିଲା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ ଅଫିସରେ ମଧ୍ୟ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ଡିଏନ ଗ୍ରୁପର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀରେ ଥିବା ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା କରାଯାଇଥିଲା।ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏତେ ପରିମାଣର ନଗଦ ଟଙ୍କା କିଭଳି ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଲା ଓ ଏହି ନଗଦ ଟଙ୍କା କାହାର, ତାହା କଳାଟଙ୍କା ନୁହେଁ ତ ଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
