Advertisment

ଡିଏନ୍‌ ଗ୍ରୁପରେ ପଶିଲା ଇନ୍‌କମ୍‌ ଟ୍ୟାକ୍ସ, କର୍ମଚାରୀଙ୍କ ଘରୁ ମିଳିଲା ୩୦ କୋଟି!

ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀଙ୍କ ଘରେ ରେଡ୍ କରାଯାଇଛି।

ଅଦ୍ୟତନ ହୋଇଛି
DN GROUP

DN GROUP

Advertisment

ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍ ହୋଇଛି। ଭୁବନେଶ୍ୱର  ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୦ଟି ସ୍ଥାନରେ ଆୟକର ଚଢଉ ଚାଲିଥିବା ସୂଚନା ମିଳିଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍‌ କରାଯାଇଥିବା ଜଣାପଡ଼ିଛି। 

Advertisment

ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘର ଓ କାର୍ଯ୍ୟାଳୟରେ  ରେଡ୍ କରାଯାଇଛି। ରେଡ୍‌ ବେଳେ ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀରେ ଥିବା ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା କରାଯାଇଛି। ଏହାସହ  ଦେଢ଼ ଶହ ଫାଇଲ ଜବତ କରାଯାଇଥିବା ସୂଚନା ମିଳିଛି। ଜବତ ହୋଇଥିବା ୩୦ କୋଟି ଟଙ୍କା ୩ଟି ବାକ୍ସରେ ରଖାଯାଇଥିଲା। ଯାହାକୁ ଦେଖି ଇନ୍‌କମ୍‌ ଟ୍ୟାକ୍ସର ଅଧିକାରୀ ତାଜୁବ ହୋଇଯାଇଥିଲେ।  ବିପୁଳ ପରିମାଣ ଟଙ୍କା ଜବତ ପରେ ଘଟଣାସ୍ଥଳରେ  ଇନ୍‌କମ୍‌ ଟ୍ୟାକ୍ସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। 

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡିଏନ୍ ଗ୍ରୁପର ମଲ୍ ଏବଂ ହାଉସିଂ ପ୍ରୋଜେକ୍ଟ ରହିଛି । ଡିଏନ୍ ଗ୍ରୁପ ରାଜ୍ୟର ଏକ ପ୍ରମୁଖ ତଥା ପ୍ରଭାବଶାଳୀ ବ୍ୟାବସାୟିକ ପ୍ରତିଷ୍ଠାନ ବୋଲି କୁହାଯାଉଛି । ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି।  ଇନ୍‌କମ୍‌ ଟ୍ୟାକ୍ସ ରେଡ୍ ନେଇ  ଡିଏନ୍‌ ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Advertisment
Bhubaneswar Income Tax Rai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe