Advertisment

ନକ୍ସଲଙ୍କ ଗୁଳିରେ ଆହତ ଡିଏସ୍‌ପି ଏମ୍ସରେ ଭର୍ତ୍ତି, ଗୋଡ଼ରୁ ବାହାରିଲା ୨ଟି ଗୁଳି

ଡିଏସ୍‌ପି ଅତୁଲକୃଷ୍ଣ ଦାସଙ୍କ ଗୋଡ଼ରେ ୨ଟି ଗୁଳି ପଶି ଯାଇଥିବା ବେଳେ ଆଜି ଅସ୍ତ୍ରୋପଚାର କରାଯାଇ ତାଙ୍କ ଗୋଡ଼ରୁ ୨ଟି ଗୁଳି ବାହାର କରାଯାଇଛି ।

undefined

Naxal

Advertisment

କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ଗତକାଲି ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ସିଆରପିଏଫ୍‌ ଡିଏସ୍‌ପି ଅତୁଲକୃଷ୍ଣ ଦାସ ଆହତ ହୋଇଥିଲେ। ଡିଏସ୍‌ପି ଅତୁଲକୃଷ୍ଣ ଦାସଙ୍କ ଗୋଡ଼ରେ ୨ଟି ଗୁଳି ପଶି ଯାଇଥିବା ବେଳେ ଆଜି ଅସ୍ତ୍ରୋପଚାର କରାଯାଇ ତାଙ୍କ ଗୋଡ଼ରୁ ୨ଟି ଗୁଳି ବାହାର କରାଯାଇଛି । ଡିଜିପି ସୁନୀଲ ବଂଶଲ ଏମ୍ସରେ ତାଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି।

Advertisment

ଗତକାଲି ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ବେଳେ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିବା ଡିଏସ୍‌ପି ଅତୁଲକୃଷ୍ଣ ଦାସଙ୍କ ଗୋଡ଼ରେ ୨ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଡିଏସ୍‌ପିଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇ ଆଜି ୨ଟି ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଗତକାଲି ସକାଳେ ମଦନପୁର ଓ ରାମପୁର ଥାନା ପୁଲିସ ଓ ସିଆରପିଏଫ୍‌ ଯବାନମାନେ ମିଳିତ ଭାବେ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା।

Advertisment

ଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିବା ବେଳେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଏହାବାଦ ସେଠାରେ ଉପସ୍ଥତ ଥିବା ଅନ୍ୟ ନକ୍ସଲମାନେ ଖସି ପଳାଇବାକୁ ସମର୍ଥ ହୋଇଥିଲେ।

ଏହି ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ଗୁଳିରେ ଡିସିପି ଅତୁଲକୃଷ୍ଣ ଦାସ ଆହତ ହୋଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାଯାଇଛି।

Hospital Naxal Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe