Advertisment

ଟ୍ରେନ ଦୁର୍ଘଟଣା: ପ୍ରାରମ୍ଭିକ ଯାଂଚ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ତଦନ୍ତକାରୀ ଅଫିସର

ରେଳବାଇର ପ୍ରାରମ୍ଭିକ ତଦନ୍ତରେ ଏହା ସିଗନାଲ ତ୍ରୁଟିଜନିତ ଦୁର୍ଘଟଣା ବୋଲି ଉଲ୍ଲେଖ ରହିଥିଲା । କିନ୍ତୁ ଶ୍ରୀ ମହାନ୍ତ ଏଥିରେ ଅସହମତି ଜଣାଇଛନ୍ତି । ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଲୁପଲାଇନରେ ପହଂଚିବା ପୂର୍ବରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଶ୍ରୀ ମହାନ୍ତ ଦର୍ଶାଇଛନ୍ତି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆଜିଠୁ ଆରମ୍ଭ ହୋଇଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ଦୁର୍ଘଟଣାର କାରଣ ଜାଣିବାକୁ ରେଳବାଇ ପକ୍ଷରୁ ଗଠିତ ୫ଜଣିଆ ତଦନ୍ତକାରୀ କମିଟି ଯେଉଁ ଯାଂଚ ରିପୋର୍ଟ ଦେଇଥିଲେ, ତାହା ଉପରେ ତଦନ୍ତକାରୀ କମିଟିର ସଦସ୍ୟ ଥିବା ବରିଷ୍ଠ ସେକ୍ସନ ଇଞ୍ଜନିୟର ଏ କେ ମହାନ୍ତ ଅସହମତି ଜଣାଇଛନ୍ତି।

Advertisment

ରେଳବାଇର ପ୍ରାରମ୍ଭିକ ତଦନ୍ତରେ ଏହା ସିଗନାଲ ତ୍ରୁଟିଜନିତ ଦୁର୍ଘଟଣା ବୋଲି ଉଲ୍ଲେଖ ରହିଥିଲା । କିନ୍ତୁ ଶ୍ରୀ ମହାନ୍ତ ଏଥିରେ ଅସହମତି ଜଣାଇଛନ୍ତି । ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଲୁପଲାଇନରେ ପହଂଚିବା ପୂର୍ବରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଶ୍ରୀ ମହାନ୍ତ ଦର୍ଶାଇଛନ୍ତି। 

ଜାତୀୟ ସମ୍ବାଦପତ୍ର ‘ଦି ହିନ୍ଦୁ’ରେ ଆଜି ପ୍ରକାଶିତ ଏକ ରିପୋର୍ଟ ରେଳବାଇ ସୂତ୍ରକୁ ଉଦ୍ଧାର କରି ଦର୍ଶାଇଛି ଯେ, ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରେ ଏହା ସିଗନାଲ ଫେଲ୍ ଯୋଗୁ ଘଟିଥିବା ଉଲ୍ଲେଖ ଥିଲା। କରମଣ୍ଡଳ ଏକ୍ସପ୍ରେସ୍ ମେନ୍ ଲାଇନରେ ଯିବା ପାଇଁ ଗ୍ରୀନ୍ ସିଗନାଲ ପାଇଥିଲେ ମଧ୍ୟ ଲୁପଲାଇନରେ ପ୍ରବେଶ କରି ମାଲବାହୀ ଟ୍ରେନ ସହ ଧକ୍କା ଲାଗିଥିଲା ବୋଲି ୨ପୃଷ୍ଠାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ରେଳବାଇ ଦ୍ୱାରା ଗଠିତ ୫ଜଣିଆ ତଦନ୍ତକାରୀ ଟିମ୍ ଦେଇଥିଲେ।

Advertisment

କିନ୍ତୁ ସେହି ତଦନ୍ତକାରୀ କମିଟିର ସଦସ୍ୟ ଥିବା ଇଞ୍ଜିନିୟର ଶ୍ରୀ ମହାନ୍ତ ଏହି ପ୍ରାରମ୍ଭିକ ତଦନ୍ତ ରିପୋର୍ଟର ନିର୍ଯ୍ୟାସରେ ଅନ୍ୟ ୪ଜଣଙ୍କ ସହ ନିଜର ଦସ୍ତଖତ ଦେଇ ସହମତି ଜଣାଇଥିଲେ ମଧ୍ୟ ପରବତର୍ତ୍ତୀ ସମୟରେ ଏଥିରେ ଅସହମତି ଜଣାଇଛନ୍ତି । ହିନ୍ଦୁ ରିପୋର୍ଟ ଅନୁସାରେ ଶ୍ରୀ ମହାନ୍ତ ଏହି ପ୍ରାରମ୍ଭିକ ଯାଂଚ ରିପୋର୍ଟର କେତେକ ଦିଗ ଉପରେ ନିଜର ଅସହମତି ବ୍ୟକ୍ତ କରିଛନ୍ତି । ସେ ଦାବି କରିଛନ୍ତି ଯେ, ଲେଭଲ କ୍ରସିଂ ଗେଟ୍ ନମ୍ବର ୯୪ ଯାହାକି ପଏଂଟ ୧୭(କ) ପୂର୍ବରୁ ରହିଥିଲା ତା’ଆଗରୁ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା।

ଏପରିକି କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ ମେନ୍ ଲାଇନରୁ ଲୁପ୍ ଲାଇନକୁ ଯିବା ପୂର୍ବରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇସାରିଥିଲା । ପ୍ରାରମ୍ଭିକ ଯାଂଚ ରିପୋର୍ଟକୁ ନେଇ ଶ୍ରୀ ମହାନ୍ତ ନିଜର ଅସହମତି ବ୍ୟକ୍ତ କରିବା ସହ ଏ ସଂକ୍ରାନ୍ତରେ ଖଡ଼ଗପୁରସ୍ଥିତ ସେକ୍ସନ କଂଟ୍ରୋଲରଙ୍କୁ ଜଣାଇ ଦେଇଛନ୍ତି । ଜୁନ୍ ୩ରେ ତଦନ୍ତକାରୀ କମିଟି ମିଳିତ ଭାବେ ନିଜର ରିପୋର୍ଟ ଦେବା ଦିନ ହିଁ ଶ୍ରୀ ମହାନ୍ତ ଏହି ପ୍ରସଙ୍ଗ ଉଠାଇ ଦୁର୍ଘଟଣା ସମ୍ପର୍କରେ ନୂଆ ତଥ୍ୟ ରଖିଥିଲେ । ସିବିଆଇ ତଦନ୍ତ କରୁଥିବାବେଳେ ଶ୍ରୀ ମହାନ୍ତଙ୍କ ଏଭଳି ଆପତ୍ତି ନୂଆ ଦିଗକୁ ଇସାରା କରିଛି ବୋଲି ହିନ୍ଦୁ ତା’ର ରିପୋର୍ଟରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ ଏହି ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe