Advertisment

ଜାପାନରୁ ମିଳିଲା ୨୬ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଟୋକିଓରେ ଆୟୋଜିତ ଓଡ଼ିଶା ବିଜିନେସ ମିଟ୍ କାର୍ଯ୍ୟକ୍ରମରେ ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ସମେତ ଗ୍ରୀନ୍ ଏନର୍ଜି ଉପକରଣ ନିର୍ମାଣ, ଆଇଟି କ୍ଷେତ୍ର,ଷ୍ଟିଲ ଓ ମେଟାଲ ଡାଉନଷ୍ଟ୍ରିମ୍ କ୍ଷେତ୍ର ଆଦିରେ ନିବେଶ ପାଇଁ ଜାପାନୀ ନିବେଶକମାନେ ଆଗ୍ରହ ଦେଖାଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।

CM in japan

CM in japan

Advertisment

ଓଡ଼ିଶାରେ ୨୬ହଜାର କୋଟି ଟଙ୍କାର ନିବେଶ ପାଇଁ ଜାପାନୀ ପୁଞ୍ଜିନିବେଶକମାନେ ପ୍ରତିଶ୍ରୁତି ଦେଇଛନ୍ତି । ଟୋକିଓରେ ଆୟୋଜିତ ଓଡ଼ିଶା ବିଜିନେସ ମିଟ୍ କାର୍ଯ୍ୟକ୍ରମରେ ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ସମେତ ଗ୍ରୀନ୍ ଏନର୍ଜି ଉପକରଣ ନିର୍ମାଣ, ଆଇଟି କ୍ଷେତ୍ର,ଷ୍ଟିଲ ଓ ମେଟାଲ ଡାଉନଷ୍ଟ୍ରିମ୍ କ୍ଷେତ୍ର ଆଦିରେ ନିବେଶ ପାଇଁ ଜାପାନୀ ନିବେଶକମାନେ ଆଗ୍ରହ ଦେଖାଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଆଇଆଇଆଇଟି ଓ ନିହନ ଉତ୍କଳ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଏକ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବେ ଜାପାନ ଗସ୍ତରେ ଅଛି । ଗସ୍ତର ଆଜି ଦ୍ୱିତୀୟ ଦିନରେ ଟୋକିଓରେ ଆୟୋଜିତ ଓଡ଼ିଶା ବିଜନେସ୍ ମିଟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାପାନର ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ କରିଥିଲେ । ଓଡ଼ିଶା ଏବେ ଭାରତର ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ଜାତୀୟ ହାରଠୁ ଏକ ଦଶନ୍ଧି ହେଲା ଅଧିକ ରହିଛି ।

ଓଡ଼ିଶା ନିଜର ପ୍ରାକୃତିକ ସମ୍ପଦ ଓ ରଣନୀତିକ ସ୍ଥଳୀ ପାଇଁ ଏବେ ଭାରତର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଉଭା ହେଉଛି । ପ୍ରଚୁର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବସମ୍ବଳ, ପ୍ରଗତିଶୀଳ ନୀତି ଓ ଦୃଢ଼ ଫଳାଫଳଭିତ୍ତିକ ପ୍ରଶାସନ ଯୋଗୁ ଓଡ଼ିଶାରେ ଅଭିନବ ପରିବେଶ ରହିଚି । ନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଏବେ ଦେଶର ଶୀର୍ଷରେ ରହିଛି । ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜି ଓ ଧାର୍ମିକ ସ୍ଥଳର ବିକାଶ ଓ ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଧଉଳି, ଉଦୟଗିରି, ରତ୍ନଗିରି ଓ ଲଳିତଗିରିର ରୂପାନ୍ତରଣ କାର୍ଯ୍ୟ କରାଯାଇଛି । ଜାପାନୀ ବନ୍ଧୁମାନେ ଓଡ଼ିଶା ଯାଇ ଏସବୁ ରୂପାନ୍ତରଣ ଅନୁଭବ କରିପାରିବେ । ସ୍ଥାୟୀ ଅଭିବୃଦ୍ଧି ପାଇଁ ସରକାର, ଶିଳ୍ପାନୁଷ୍ଠାନ ଓ ଲୋକଙ୍କ ମଧ୍ୟରେ ସହଭାଗିତାର ଆବଶ୍ୟକତା ରହିଛି । ଆସନ୍ତୁ, ଓଡ଼ିଶାରେ ନିବେଶ କରନ୍ତୁ , ଭବିଷ୍ୟତ ପାଇଁ ନିବେଶ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।

Advertisment

ଜାପାନରେ ଭାରତୀୟ ଦୂତାବାସ, ଜାପାନ ବୈଦେଶିକ ବ୍ୟାପାର ସଂଗଠନ ଓ ଫିକି ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ବିଜିନେସ୍ ମିଟରେ ଜାପାନ ଓ ଭାରତୀୟ-ପ୍ରଶାନ୍ତ ମହାସାଗର ଅଂଚଳର ୨୦୦ଟି ଅଗ୍ରଣୀ କମ୍ପାନୀ ସାମିଲ ହୋଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୨ଟି ପ୍ରମୁଖ କମ୍ପାନୀର ମୁଖ୍ୟମାନଙ୍କ ସହ ୱାନଟୁୱାନ୍ ବୈଠକ କରିଥିଲେ । ଭୁବନେଶ୍ୱରରୁ ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ରହିଛି ଏବଂ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆର ଗେଟୱ ଭାବେ ଓଡ଼ିଶା ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଜାପାନରେ ଥିବା ପ୍ରବାସୀ ଓଡ଼ିଆ ଲୋକମାନଙ୍କୁ ସାକ୍ଷାତ କରିଥିଲେ ବୋଲି ଜଣାପଡ଼ିଛି ।

Naveen Patnaik Japan Industrial Land
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe