Advertisment

ହନିଟ୍ରାପ୍ ମାମଲାରେ ମୁହଁ ଖୋଲିଲେ ଜଗବନ୍ଧୁ ଚାନ୍ଦ, କହିଲେ - ଆମ ମୁଣ୍ଡରେ ଅଠା ବୋଳିଦେଲେ

ସେ କହିଛନ୍ତି, ଏ ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ । ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା ଦେଖାଇ ଆମ ମୁଣ୍ଡରେ ସେ ଅଠା ବୋଳିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Jagbandhu Chand

Jagbandhu Chand

ହନିଟ୍ରାପ୍ ବ୍ଲାକମେଲ୍ ମାମଲାରେ ମୁହଁ ଖୋଲିଲ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ସେ କହିଛନ୍ତି, ଏ ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ । ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା ଦେଖାଇ ଆମ ମୁଣ୍ଡରେ ସେ ଅଠା ବୋଳିଛନ୍ତି। ଶ୍ରଦ୍ଧାଞ୍ଜଳି ସହ ଆଉ କିଛି ଲୋକେ ମିଶିକି ରହିଛନ୍ତି। ଯେଉଁମାନେ ଏହା କରିଛନ୍ତି। ତାଙ୍କୁ ଲୁଚାଇ ରଖାଯାଇଛି, ଶୀଘ୍ର ବାହାର କରାଯାଉ ବୋଲି ଜଗବନ୍ଧୁ କହିଛନ୍ତି।

Advertisment

ଶରୀରିକ ଅସୁସ୍ଥ ଥିବାରୁ କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ଜଗବନ୍ଧୁ ଏହି ପ୍ରତିକ୍ରିୟା ରଖିଛନ୍ତି। ଘଟଣାର ପ୍ରକୃତ ସତ୍ୟତା କ’ଣ ବୋଲି ସାମ୍ବାଦିକମାନେ ପଚାରିବାରୁ ଉତ୍ତରରେ ଜଗବନ୍ଧୁ ସମୟ ଆସିଲେ ସବୁ କହିବେ ବୋଲି ପ୍ରତିକ୍ରିୟା ରଖିଥିଲେ।

ଏପଟେ ଜଗବନ୍ଧୁଙ୍କ ଅଭିଯୋଗ ନେଇ ଅକ୍ଷୟ ପରିଜା କିମ୍ବା ଶ୍ରଦ୍ଧାଞ୍ଜଳିଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ସୂଚନା ଥାଉକି, ଅର୍ଚ୍ଚନା ନାଗ ହନିଟ୍ରାପ୍ ଓ ବ୍ଲାକମେଲ୍ ମାମଲାରେ ବହୁ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ, ନେତା, ବିଧାୟକ, ଅଫିସ୍‌ଙ୍କ ଲିଙ୍କ ରହିଥିବା ଅଲୋଚନା ହେଉଥିଲା। ହେଲେ ମାମଲାର ତଦନ୍ତ କରୁଥିବା ଭୁବନେଶ୍ୱର କମିଶନରେଟ ପୁଲିସ କିମ୍ବା ଇଡି ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ କରିପାରିନାହିଁ। ରାତାରାତି ଅର୍ଚ୍ଚନା କିପରି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଲେ ଓ ତାଙ୍କ ସହ କେଉଁମାନଙ୍କର ସମ୍ପର୍କ ରହିଛି ତାହା ଏବେବି ରହସ୍ୟରେ ରହିଛି।

Archana Nag Jagabandhu Chand