Advertisment

ପିଏସଓ ଫେରାଇ ଦେଲେ ଜୟ ନାରାୟଣ, କହିଲେ- ଓଡ଼ିଶା ପୁଲିସ ଉପରେ ଭରସା ନାହିଁ

ଆପୋଲୋ ପହଞ୍ଚିବା ପରେ ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ, ହେଲେ କାହିଁକି? ଜୀବିତ ଓ ନିଜଠୁ ଛୋଟ ବ୍ୟକ୍ତିକୁ କେବେ କିଏ ନମସ୍କାର କରେ କି?

author-image
Tapaswini Nayak
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ହତ୍ୟା କରିବା ପରେ ନିଜର ପିଏସଓ ଫେରାଇ ଦେଇଛନ୍ତି ଜୟ ନାରାୟଣ। ଏନେଇ ନିଜ ପ୍ରତିକ୍ରିୟାରେ ଜୟ ନାରାୟଣ କହିଛନ୍ତି, ଓଡ଼ିଶା ପୁଲିସ ଉପରେ ମୋର ଭରସା ନାହିଁ। ତେଣୁ ମୁଁ ସରକାର ଦେଇଥିବା ପିଏସଓ ଫେରାଇ ଦେଇଛି। ମୁଁ କୌଣସି ସୁରକ୍ଷା ଓଡ଼ିଶା ପୁଲିସଠାରୁ ନେବି ନାହିଁ।

Advertisment

ସେ ଆହୁରି କହିଛନ୍ତି, ସରକାରଙ୍କ ପାଖରେ ଥିବା ସବୁ ପୁଲିସ ଅଧିକାରୀ ଏବେ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ। ତେଣୁ ଓଡ଼ିଶା ପୁଲିସ ଉପରେ ମୋର ଆଉ ଆସ୍ଥା ଓ ଭରସା ନାହିଁ।

ନବ ଦାସଙ୍କୁ ଗୁଳିମାଡ଼ ଓ ଭୁବନେଶ୍ୱରର ସ୍ଥାନାନ୍ତରକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟ ନାରାୟଣ। ସେ କହିଛନ୍ତି, ନବ ଦାସଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ ନିଆଯାଇଥିଲା। ସେଠି ତାଙ୍କର ଇସିଜି ହୋଇଥିଲା। ସେ ରିପୋର୍ଟ ସାର୍ବଜନୀନ କରାଯାଉ।ଝାରସୁଗୁଡ଼ା ବିମାନବନ୍ଦରରେ ନେବା ବେଳେ ତାଙ୍କ ଅବସ୍ଥା କ’ଣ ଥିଲା? ସେ ରିପୋର୍ଟ ଏୟାରପୋର୍ଟ ଅଥୋରିଟି ଦିଅନ୍ତୁ?

Advertisment

ଏହା ବ୍ୟତୀତ ଆଉ ଏକ ଗୁରୁତର ଓ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଜୟନାରାୟଣ। ସେ କହିଛନ୍ତି, ଆପୋଲୋ ପହଞ୍ଚିବା ପରେ ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ, ହେଲେ କାହିଁକି? ଜୀବିତ ଓ ନିଜଠୁ ଛୋଟ ବ୍ୟକ୍ତିକୁ କେବେ କିଏ ନମସ୍କାର କରେ କି?

ଜୟନାରାୟଣ ଅଭିଯୋଗ କରିଛନ୍ତି, ନବଙ୍କୁ ଗୁଳି ବାଜିବା ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଜାଣିଶୁଣି ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ମୃତ ବ୍ୟକ୍ତି ଉପରେ ଅସ୍ତ୍ରୋପ୍ରଚାର କରାଯାଇଥିଲା। ଏହା ପୃଥିବୀର ପ୍ରଥମ ଘଟଣା। ଲୋକଙ୍କୁ ଦେଖାଇବା ପାଇଁ ମୃତ ବ୍ୟକ୍ତିଙ୍କ ଉପରେ ଅସ୍ତ୍ରୋପ୍ରଚାର କରାଯାଇ ଆଇସିୟୁରେ ରଖାଯାଇଥିଲା। ଏସବୁ ଘଟଣାର ତଦନ୍ତ ହେବାର। ହେଲେ ରାଜ୍ୟ ସରକାର ନବ ଦାସ ହତ୍ୟା ଘଟଣାକୁ ଚାପି ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ମୁଁ ଆଈ ମା’ କାହାଣୀ ଶୁଣିବାକୁ ଚାହୁଁନାହିଁ।

ଜୟନାରାୟଣଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନିା

Naba Das Murder