Advertisment

କାହାକୁ କୌରବ ସେନା କହିଲେ ଧର୍ମେନ୍ଦ୍ର ଓ ଜୟନାରାୟଣ?

ଭର୍ତ୍ତୃହରି ମହତାବଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁଥିଲେ। ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା, ସେ ପଦ ପାଇଲେ ନାହିଁ।

ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

Advertisment

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ଏବଂ ଧର୍ମେନ୍ଦ୍ରଙ୍କ କୌରବ ଉପାଖ୍ୟାନକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାଜ୍ୟ ଶାସନ ଗାଦିରେ ଥିବା ଦଳ କୌରବ। ଅତ୍ୟଧିକ ଅଂହକାର ଯୋଗୁ କୌରବ ବୁଡ଼ିଯାଇଥିଲେ। ସେହିପରି ଗର୍ବ ଓ ଅହଂକାରରେ ବୁଡ଼ି ରହିଥିବାରୁ ବିଜେଡି ଧ୍ୱଂସ ହୋଇଯିବ।

Advertisment

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଶଂସା ପ୍ରସଙ୍ଗରେ ଜୟ ନାରାୟଣ କହିଛନ୍ତି, ଭର୍ତ୍ତୃହରି ଜଣେ ଦକ୍ଷ ନେତା। ଲୋକସଭାରେ ତାଙ୍କର ପରଫରମାନ୍ସ ଭଲ ରହିଛି। ତାଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁଥିଲେ। ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା, ସେ ପଦ ପାଇଲେ ନାହିଁ। ଭର୍ତ୍ତୃହରି ଜଣେ ଜ୍ଞାନୀ ଲୋକ। ତାଙ୍କ ଜ୍ଞାନ ଓଡ଼ିଶା ପାଇଁ ଆବଶ୍ୟକ ରହିଛି। ଭର୍ତ୍ତୃହରିଙ୍କ ଜ୍ଞାନକୁ ବ୍ୟବହାର କରିବା ଦରକାର।

ସେହିପରି ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସା ପ୍ରସଙ୍ଗରେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ କହିଛନ୍ତି, ମୁଁ କଟକର ବିଧାୟକ ଭାବେ କହିବି ଭର୍ତ୍ତୃହରି  ଜଣେ ଜ୍ଞାନୀ ଲୋକ। ୬ ଥର ଭର୍ତ୍ତୃହରି କଟକରୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ ଉଚ୍ଚ ପଦରେ କାମ କରିଛନ୍ତି। ଆମର ଅଭ୍ୟାସ ଯିଏ ଉପରକୁ ଉଠିବାକୁ ଚେଷ୍ଟା କରେ, ତାକୁ ତଳକୁ ଟାଣିବା।

Advertisment

ସେ ଆହୁରି କହିଛନ୍ତି, ଏହା ଏକ ରାଜନୀତି ଓ ସାମାଜିକ କ୍ଷେତ୍ରରେ ଶୋଭା ପାଏ ନାହିଁ। କେନ୍ଦ୍ର ମନ୍ତ୍ରୀ ଜଣେ ଜ୍ଞାନୀ ଲୋକଙ୍କୁ ପ୍ରଶଂସା କରିବାରେ ଅସୁବିଧା ନାହିଁ। ଯେଉଁମାନେ ଏହା ସହ୍ୟ କରିପାରୁ ନାହାନ୍ତି ସେମାନେ ବିରୋଧ କରିବେ। ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର।

ଜୟ ନାରୟଣଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେଡି। ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ଯଦି ଆମେ କୌରବ ତେବେ ବିଜେପି ପାଣ୍ଡବ ଶିବିରରେ ରହି ଶକୁନି କାମ କରୁଛି। ଧର୍ମେନ୍ଦ୍ର ତାଙ୍କ ଦଳ କଥା ପ୍ରଥମେ ଚିନ୍ତା କରନ୍ତୁ।

ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ଦ୍ୱାରା ରଚିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ସହ କୌରବ ଉପାଖ୍ୟାନ କଥା କହିଥିଲେ। ସେ କହିଥିଲେ, ଓଡ଼ିଶାରେ କୌରବ ସେନା ଯେତେ ଚିତ୍କାର କଲେ ବି ମୁଁ ତାକୁ ମୁଣ୍ଡ ପାତିକି ସହିବାକୁ ପ୍ରସ୍ତୁତ ଅଛି। କୌରବ ସେନା ଯାଜ୍ଞସେନୀ ପଢିନାହାନ୍ତି, କାରଣ ସେତେବେଳେ ପ୍ରତିଭା ରାୟ ନଥିଲେ। ସେଥିପାଇଁ ମହିଳା ସମ୍ବେଦନଶୀଳତା ବୁଝି ପାରିନଥିବେ।

ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାଂସଦ ଭର୍ତ୍ତୃହରି ମହତାବଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ରଖି ଧର୍ମେନ୍ଦ୍ର କହିଥିଲେ, ଛଅ ଥରର ସାଂସଦଙ୍କୁ କେହି ଜଣେ କହିବେ, ଆପଣ କାଉନସିଲର ପଦ ଜିତିପାରିବେନି। ବୋଧହୁଏ, ଭର୍ତ୍ତୃହରି ବାବୁଙ୍କୁ ପ୍ରଧାନମନ୍ତ୍ରୀ ଆଦର କରିଛନ୍ତି। ମୁଁ ତାଙ୍କୁ ଭୀଷ୍ମ ପିତାମହ ବୋଲି କୁହେ।

BjD State Bjp Odisha Congress Jayanarayan Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe