Advertisment

ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଏଡିଏମ୍‌ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Aboli Naravane

Aboli Naravane

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ସରୋଜ ସାମଲଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେଙ୍କୁ ଅବସ୍ଥାପିତ କରାଯାଇଛି। ସୋନପୁର ଏଡିଏମ୍‌ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି। ମେ’ ୧୦ରେ ଭୋଟ୍ ପରେ ୧୩ ତାରିଖରେ ଗଣତି ହେବ। ଉପନିର୍ବାଚନର ଏହି ପୂରା ପ୍ରକ୍ରିୟା ମେ’ ୧୫ ତାରିଖରେ ଶେଷ ହେବ। 

ଏହି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରୁ ତାଙ୍କ ବାପା ନବ କିଶୋର ଦାସ ବିଧାନସଭାକୁ ଯାଇଥିଲେ। ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା। ତା’ପରଠୁ ଏହି ଆସନଟି ଖାଲିପଡ଼ିଛି। ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନାହାନ୍ତି। 

Advertisment
Jharsuguda Jharsuguda Bypoll