ଝାରସୁଗୁଡ଼ା ଭୋଟ୍ : ଆସନ୍ତାକାଲି ୧୪ଟି ଟେବୁଲରେ ହେବ ଗଣତି

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ।

Jharsuguda vote Counting PhotoOR

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ

Ordigital Desk
  • Published: Friday, 12 May 2023
  • Updated: 12 May 2023, 10:16 PM IST

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ କଡ଼ା ସୁରକ୍ଷା ମଧ୍ୟରେ ୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ହେବ । ତେବେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ଅପେକ୍ଷାକୃତ କମ୍ ମହିଳା ଭୋଟ୍ ଦେଇଛନ୍ତି । ମତଦାନ ସାବ୍ୟସ୍ତ କରିଥିବା ମହିଳା ଭୋଟରଙ୍କ ପରିମାଣ ୭୭.୯୬% ଥିବାବେଳେ ପୁରୁଷ ଭୋଟରଙ୍କ ପରିମାଣ ୮୦.୫% ରହିଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ କହିବା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି  ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ହେବ । ଏଥିପାଇଁ ଗଣତି ହଲକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି । ମୋଟ ୨୫୩ଟି ବୁଥ୍ ଥିବାବେଳେ ଗଣତି ପାଇଁ ଉଦ୍ଦିଷ୍ଟ ୧୪ଟି ଟେବୁଲରେ ୧୮ଟି ରାଉଣ୍ଡରେ ୨୫୨ଟି ବୁଥର ଗଣତି ହେବ । ଅନ୍ୟ ଗୋଟିଏ ବୁଥର ଗଣତି ସ୍ୱଳ୍ପ ଟେବୁଲରେ ହେବ । ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ପରେ ସାଢ଼ ୮ଟାରେ ଇଭିଏମ୍ ଗଣତି ଆରମ୍ଭ ହେବ ।  ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ମଧ୍ୟ ସେହି ଇଞ୍ଜିନିୟରିଂ ସ୍କୁଲ ପରିସରରେ ରହିଛି । ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ପୁଲିସ ଫୋର୍ସ ଏହାର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯିବ । ଏହାବ୍ୟତୀତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବି ପ୍ରତି ରାଉଣ୍ଡ ପରେ ଭୋଟ୍ ଫଳାଫଳ ଜାଣିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

Also Read

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟ୍ ପଡ଼ିଛି । ମୋଟ ଭୋଟର ୨,୨୧,୭୧୯ ହୋଇଥିବାବେଳେ ୧,୭୫,୬୧୬ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନିର୍ବାଚନମଣ୍ଡଳୀରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ଥିଲେ ମଧ୍ୟ ଉପନିର୍ବାଚନରେ ଅପେକ୍ଷାକୃତ କମ୍ ସଂଖ୍ୟକ ମହିଳା ଭୋଟ୍ ଦେଇଛନ୍ତି । ଉପନିର୍ବାଚନରେ ମୋଟ ୮୯୦୪୪ଜଣ ପୁରୁଷ ଓ ୮୬୫୬୦ଜଣ ମହିଳା, ୧୨ଜଣ ତୃତୀୟ ଲିଙ୍ଗ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୯ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଓ ସେମାନଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story