Advertisment

ଏତେ ଡର କାହିଁକି? ଦଉଡ଼ି ଟାଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଇଲେ

ନିଜ ଇଚ୍ଛା ମୁତାବକ ଖବର ପରିବେଷଣ ହେଉନଥିବାରୁ ନା ସରକାରଙ୍କ ପୋଲ୍ ଖୋଲି ଦେଉଥିବାରୁ ଗଣମାଧ୍ୟମ ଉପରେ ବଢୁଛି ଆକ୍ରୋଶ ?

Journalists

Journalists

Advertisment

ରାଜ୍ୟରେ କୋଭିଡ୍ କଟକଣା ଲାଗିବା ଦିନଠୁ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କୋଭିଡ୍ କଟକଣା ଉଠିଗଲାଣି, କିନ୍ତୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ଏ କଟକଣା ହଟାଯାଉ ନଥିବା ବେଳେ ଏବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଉଛି। ଗତ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ମିଳିନଥିଲା। ଆଉ ଆଜି ଖବର ସଂଗ୍ରହ ପାଇଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷାକର୍ମୀମାନେ ଦଉଡ଼ି ଟାଣି ଅଟକାଇଥିଲେ। ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

Advertisment

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏ ଦୃଶ୍ୟ ଦେଖି ସରକାରଙ୍କ ଉପରେ ପୂରା ଖପ୍ପା ହୋଇଛନ୍ତି। ସେ କହିଛନ୍ତି, ସାମ୍ବାଦିକଙ୍କୁ କେଉଁଠାକୁ ଛାଡ଼ିବନି। ସାମ୍ବାଦିକ କ’ଣ ଗଛ ତଳେ ବୁଲିବେ? ଏହା ଅନ୍ୟାୟ।

ସେହିପରି ବିରୋଧୀ ଦଳ ମୁଖ୍ୟ ସେଚତକ ମୋହନ ମାଝୀ କହିଛନ୍ତି ଯେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ଆଜି ଘଟଣାର ତର୍ଜମା କରାଯିବ।

Advertisment

ବିଧାନସଭା ପରିସରରେ ସାମ୍ବାଦିକଙ୍କୁ ଅଶୋଭନୀୟ ଅବରୋଧ ପ୍ରସଙ୍ଗରେ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ଓୟୁଜେ। ଦଉଡ଼ି ଟାଣି ସାମ୍ବାଦିକଙ୍କୁ ଅଟକାଇବା ଅପମାନଜନକ ବୋଲି କହିଛନ୍ତି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି।

ତେବେ କାହିଁକି ସାମ୍ବାଦିକଙ୍କ ଉପରେ ସରକାରଙ୍କ ଏତେ ରାଗ ? ନିଜ ଇଚ୍ଛା ମୁତାବକ ଖବର ପରିବେଷଣ ହେଉନଥିବାରୁ ନା ସରକାରଙ୍କ ପୋଲ୍ ଖୋଲି ଦେଉଥିବାରୁ ଗଣମାଧ୍ୟମ ଉପରେ ବଢୁଛି ଆକ୍ରୋଶ ? ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସିଧା ସିଧା ବାରଣକୁ ଦେଖି ସୋଶାଲ ମିଡିଆରେ ବି ବଢୁଛି ଜନତାଙ୍କ ଅସନ୍ତୋଷ। ବର୍ତ୍ତମାନ ସମୟରେ ଅନେକ ବିଧାୟକ ଓ ମନ୍ତ୍ରୀ ଏକଦା ସାମ୍ବାଦିକତା ପେଶାରେ ଥିଲେ। ତେଣୁ ସେମାନେ ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Odisha Assembly Odisha Assembly Budget Session Odisha Journalist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe