Advertisment

ମାର୍ଚ୍ଚ ୧ ତାରିଖରେ ପଶ୍ଚିମ ଆକାଶରେ ଦେଖାଦେବେ ଗୁରୁ ଓ ଶୁକ୍ର, ଚନ୍ଦ୍ରଭଳି ଝଟକିବେ

ସେମାନଙ୍କ ଭିତରେ ବ୍ୟବଧାନ ମାତ୍ର .୫ ଡିଗ୍ରୀ ରହିବ। ଯାହାକି ପୂର୍ଣ୍ଣ ଚନ୍ଦ୍ରର ବ୍ୟାସ ସହ ସମାନ ହେବ।

ଅଦ୍ୟତନ ହୋଇଛି
Jupiter, Venus

Jupiter, Venus

Advertisment

ମାର୍ଚ୍ଚ ୧ ତାରିଖରେ ସୌରଜଗତ ଦୁଇଟି ଉଜ୍ଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ଅତି ନିକଟତର ହେବେ। ପଶ୍ଚିମ ଆକାଶରେ ଏମାନେ ଅତି ପାଖାପାଖି ଦେଖାଯିବେ। ସେମାନଙ୍କ ଭିତରେ ବ୍ୟବଧାନ ମାତ୍ର .୫ ଡିଗ୍ରୀ ରହିବ। ଯାହାକି ପୂର୍ଣ୍ଣ ଚନ୍ଦ୍ରର ବ୍ୟାସ ସହ ସମାନ ହେବ। ଏହା ଏକ ବିରଳ ଜାଗତିକ ଦୃଶ୍ୟ। ଯାହାକି ୨ରୁ ୩ ବର୍ଷ ମଧ୍ୟରେ ଥରେ ଘଟିଥାଏ।

Advertisment

ଫେବ୍ରୁଆରୀ ପହିଲାରେ ଏମାନେ ୨୯ ଡିଗ୍ରୀ ଦୂରେ ରହିଥିଲେ। ଏଇ ଦୁଇ ଗ୍ରହ କ୍ରମେ ନିକଟତର ହେଉଥିବା ଦେଖାଦେଇଥିଲା। ଏବେ ଦୁଇଟି ଗ୍ରହ ମଧ୍ୟରେ ବ୍ୟବଧାନ ପ୍ରାୟ ୫ରୁ ୬ ଡିଗ୍ରୀ ଭିତରେ ରହିଛି। ବର୍ତ୍ତମାନ ପଶ୍ଚିମ ଆକାଶରେ ଦୁଇଟି ଗ୍ରହ ଦେଖାଯାଉଛି। ଧୀରେ ଧୀରେ ବୃହସ୍ପତି ଗ୍ରହ ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଛି।

ମାର୍ଚ୍ଚ ୧ ତାରିଖରେ ଦୁଇଟି ଯାକ ଗ୍ରହ ଅତି ପାଖାପାଖି ହୋଇଯିବେ। ଓଡିଶାକୁ ଏହି ଜାଗତିକ ଦୃଶ୍ୟ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ପ୍ରାୟ ଏକ ଘଣ୍ଟା ଖାଲି ଆଖିରେ ଏହାକୁ ଦେଖି ହେବ। ବିଶେଷ ଭାବେ ସନ୍ଧ୍ୟା ୬ଟା ପର ଠାରୁ ସନ୍ଧ୍ୟା ସାଢ଼େ ୭ଟା ଭିତରେ ଏହି ଜାଗତିକ ଦୃଶ୍ୟ ଦେଖାଯିବ। ଏଥିପାଇଁ ଦୂରବିକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବନି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Advertisment
Space News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe