ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଏଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ

ଓଡ଼ିଶା ରିଏଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ(ଓଆରଇଏଟି) ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି ।

LokaSeva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Wednesday, 07 June 2023
  • Updated: 07 June 2023, 09:54 PM IST

Sports

Latest News

ଓଡ଼ିଶା ରିଏଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ(ଓଆରଇଏଟି) ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ଜଷ୍ଟିସ ପଟ୍ଟନାୟକ ଜୁନ୍ ୩୦ତାରିଖରେ ବର୍ତ୍ତମାନର ଅଧ୍ୟକ୍ଷ ଜଷ୍ଟିସ ଏସସି ପରିଜାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଦାୟିତ୍ୱ ଗ୍ରହଣ କରିବେ । ଆଜି ଏନେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରି ରାଜ୍ୟ ସରକାର ରିଏଲ ଇଷ୍ଟେଟ୍ (ରେଗୁଲେସନ ଆଣ୍ଡ ଡେଭଲପମେଂଟ) ଆକ୍ଟ-୨୦୧୬ର ଧାରା ୪୬(୨) ଆଧାରରେ ଜଷ୍ଟିସ ପଟ୍ଟନାୟକଙ୍କୁ ଓଡ଼ିଶା ରିଏଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଛନ୍ତି । ଏବେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଜଷ୍ଟିସ ପରିଜାଙ୍କ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେବ । ଆପିଲେଟ୍ ଟ୍ରିବ୍ୟୁନାଲରେ ଏବେ ଜୁଡିସିଆଲ ସଦସ୍ୟ ଭାବେ  ଇଶାନ୍ କୁମାର ଦାସ ଓ ପ୍ରଶାସନିକ ସଦସ୍ୟ ଭାବେ ମଳୟ ଚାଟାର୍ଜୀ କାର୍ଯ୍ୟ କରୁଛନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos