Advertisment

ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ହେଲେ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଆଜିଠାରୁ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ବା OREAT ର ନୂଆ ଚେୟାରପର୍ସନ ଭାବେ ଯୋଗ ଦେଇଛନ୍ତି ।

author-image
Niharika Rout
Justice Pramatha Patnaik

Justice Pramatha Patnaik

ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ବା OREAT ର ନୂଆ ଚେୟାରପର୍ସନ ଭାବେ ଯୋଗ ଦେଇଛନ୍ତି ।

Advertisment

୨୦୧୯ ଫେବୃଆରୀ ୬ରୁ ଏହି ପଦବୀରେ ଥିବା OREATର ପ୍ରଥମ ଚେୟାରପର୍ସନ ଜଷ୍ଟିସ୍ ସୁଭାସ ଚନ୍ଦ୍ର ପରିଜାଙ୍କ କାର୍ଯ୍ୟକାଳ ଗତକାଲି ୩୦ ସମାପ୍ତ ହୋଇଛି । ସେ ୨୦୧୯ ଫେବୃଆରୀ ୬ରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ।

୧୯୫୯ ମସିହା ଜୁନ ୧୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପ୍ରମଥ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତ୍ତକ ଶିକ୍ଷା ସମାପ୍ତ କରିବା ପରେ ୧୯୮୬ରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ଜଷ୍ଟିସ ପଟ୍ଟନାୟକ ୨୦୧୪ ସେପ୍ଟେମ୍ବର ଓଡିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେବା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପରେ ସେ ଓଡିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୨୧ରେ ଅବସର ଗ୍ରହଣ କରିଥିଲେ।

Advertisment
Odisha