Advertisment

୮ଦିନ ହେବ ତାଲା ପଡ଼ିଛି କପିଳେଶ୍ୱର୍ ମନ୍ଦିର

୮ ଦିନ ହେବ ମନ୍ଦିରରେ ତାଲା ପଡ଼ିଛି। ମନ୍ଦିର ଖୋଲୁ ନାହିଁ। ଆମେ ମନ୍ଦିର ବାହାରେ ଠାକୁରଙ୍କୁ ଦୀପ ଜାଳି ଯାଉଛୁ। ଏଥିପାଇଁ ଆମକୁ ବହୁତ ଦୁଃଖ ଲାଗୁଛି।

KAPILESWAR TEMPLE

KAPILESWAR TEMPLE

Advertisment

ଭୁବନେଶ୍ୱର କପିଳେଶ୍ୱର୍ ମନ୍ଦିରରେ ୮ ଦିନ ହେବ ତାଲା ପଡିଛି। ଦୀର୍ଘ ଏକ ସପ୍ତାହରୁ ଅଧିକ ଦିନ ଧରି ମନ୍ଦିର ଫାଟକରେ ଚାବି ପଡ଼ିଥିବାରୁ କପିଳ ନାଥ ଭୋକ ଉପବାସ ରେ ଅଛନ୍ତି। ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରି ପାରୁ ନାହାନ୍ତି କି ଭୋଗ ଲଗାଇ ପାରୁ ନାହାନ୍ତି। ମଳ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ବନ୍ଦ ପଡ଼ିଛି ମନ୍ଦିର।

Advertisment

ଜଣେ ସେବାୟତ କହିଛନ୍ତି, ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ମାତ୍ରାରେ ପ୍ରଶାସନ ଦାୟୀ। ପ୍ରଶାସନ ବିବାଦର ସମାଧାନ କରି କପିଳେଶ୍ୱର୍ ମନ୍ଦିର ଖୋଲିବା ପାଇଁ ଆମେ ଦାବି କରୁଛୁ। କପିଳେଶ୍ୱର୍ ଜୀବନ୍ତ ଠାକୁର। ୮ ଦିନ ହେବ ଆମ ଠାକୁର ଭୋକ ଉପାସରେ ରହିଛନ୍ତି। ସେଥିପାଇଁ ଆମେ ଦାବି କରୁଛୁ ଏହି ଘଟଣା ବିଧାସଭାରେ ଆଲୋଚନା ହେଉ, ମନ୍ଦିର ଶୀଘ୍ର ଖୋଲାଯାଉ।

ଜଣେ ଭକ୍ତ କହିଛନ୍ତି, ୮ ଦିନ ହେବ ମନ୍ଦିରରେ ତାଲା ପଡ଼ିଛି। ମନ୍ଦିର ଖୋଲୁ ନାହିଁ। ଆମେ ମନ୍ଦିର ବାହାରେ ଠାକୁରଙ୍କୁ ଦୀପ ଜାଳି ଯାଉଛୁ। ଏଥିପାଇଁ ଆମକୁ ବହୁତ ଦୁଃଖ ଲାଗୁଛି।

Advertisment
Bhubaneswar News Kapileswar Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe