Advertisment

ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ଅପହୃତ ଯୁବକ, ଥାନାରେ ଗଲା ଜୀବନ

ବିଚିତ୍ର ଥାନାରେ ପହଞ୍ଚିବା ପରେ ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।

ଅଦ୍ୟତନ ହୋଇଛି
Bichitra Palai

Bichitra Palai

Advertisment

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱର ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛକ ଛକରେ କମିଶନରେଟ୍‌ ପୁଲିସ୍‌ ପଇଁତରା ମାରୁଛି। ଯାଞ୍ଚ ମଧ୍ୟ ହେଉଛି। କଡ଼ାକଡ଼ି ସୁରକ୍ଷା ଥିବା ସ୍ୱତ୍ତେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀମାନେ। ରାଜଧାନୀ ରାଜ ରାସ୍ତାରେ ଗତକାଲି ବିଳମ୍ବିତ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ କାର୍‌ରେ ଅପହରଣ କରି ନେବାକୁ ଉଦ୍ୟମ କରିଥିଲେ । ହେଲେ ଯୁବକଜଣଙ୍କ ଚଳନ୍ତା କାର୍‌ରୁ ଡେଇଁ ଥାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ବିଚିତ୍ର ପଲେଇ। ତାଙ୍କ ଘର ଗାଡକଣର ବୋଲି ଜଣାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ବିଚିତ୍ରଙ୍କୁ ଦୁର୍ବୃତ୍ତମାନେ କାରରେ ଅପହରଣ କରି ନେଉଥିଲେ। ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ସମ୍ମୁଖ ରାସ୍ତା ନିକଟରେ ଚଳନ୍ତା କାର୍‌ରୁ ଡେଇଁ ପଡ଼ିଥିଲେ ବିଚିତ୍ର। ପରେ ସେ ଅପହର୍ତ୍ତାଙ୍କ କବଳରୁ ଖସିଯିବା ପାଇଁ ଦୌଡିଥିଲେ । କିଛି ଲୋକ ଏହା ଦେଖି ବିଚିତ୍ରଙ୍କୁ କାହିଁକି ଦୌଡ଼ଛ ବୋଲି ପଚାରିଥିଲେ। ବିଚିତ୍ର ସେମାନଙ୍କୁ ସବୁକଥା କହିଥିଲେ। ହେଲେ ଅପହର୍ତ୍ତା ମାନେ ବିଚିତ୍ରଙ୍କୁ କାବୁ କରିବା ପାଇଁ ତାଙ୍କ ପଛେପଛେ କାର୍‌ ରଖି ଦୌଡ଼ି ଥିଲେ। ଅପହର୍ତ୍ତା ମାନେ ବିଚିତ୍ରଙ୍କ ପାଖରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ନେଇଥିଲେ ଓ ବିଚିତ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଲୋକେ ୨ ଅପହର୍ତ୍ତାଙ୍କୁ ସହିଦନଗର ଥାନା ପୁଲିସ ଜିମାରେ ଦେଇଥିଲେ ।

ବିଚିତ୍ର ଥାନାରେ ପହଞ୍ଚିବା ପରେ ଅସୁସ୍ଥ ହୋଇ ପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସହିଦନଗର ଥାନା ପୁଲିସ ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ତେବେ ଅପହର୍ତ୍ତାମାନେ ବିଚିତ୍ରଙ୍କୁ କାହିଁକି ଅପହରଣ କରି ନେଉଥିଲେ ତାହା ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଚିତ୍ର ଏହି ଅପହର୍ତ୍ତାଙ୍କ ନିକଟରୁ କିଛି ଟଙ୍କା ଆଣିଥିଲେ। ସେ ନ ଦେଇ ପାରିବାରୁ ତାଙ୍କୁ ଅପହରଣ କରାଯାଉଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି । ଘଟଣା ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Bhubaneswar Kidnapping Cases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe