Advertisment

ମୃତଦେହ ରଖିବା ପାଇଁ ଏମ୍‌ସରେ ସ୍ଥାନ ଅଭାବ, ପାରାଦୀପରୁ ପହଞ୍ଚିଲା ୫ କଣ୍ଟେନର

ପ୍ରତି କଣ୍ଟେନରରେ ୩୦ରୁ ୪୦ ମୃତଦେହ ସଂରକ୍ଷିତ ରହିପାରିବ। କଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ।

author-image
Niranjan Mishra
ଅଦ୍ୟତନ ହୋଇଛି
Bhubaneswar AIIMS Director Dr. Ashutosh Viswas

Bhubaneswar AIIMS Director Dr. Ashutosh Viswas

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ସଂରକ୍ଷଣ ନେଇ ବଢ଼ିଲା ଚିନ୍ତା। ଏମ୍‌ସରେ ସ୍ଥାନ ଅଭାବ ଦେଖାଦେଇଥିବାରୁ ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଛି ଭୁବନେଶ୍ୱର ଏମ୍‌ସ। ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏନେଇ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଏମ୍‌ସରେ ଆହୁରି ୮୦ଟି ମୃତଦେହ ରହିଛି। ସେଗୁଡ଼ିକୁ ସଂରକ୍ଷଣ ପାଇଁ ଏଠାରେ ଡିପ୍‌ଫ୍ରିଜ୍‌ ଅଭାବ ରହିଛି। ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣାଯାଇଛି।

Advertisment

ପ୍ରତି କଣ୍ଟେନରରେ ୩୦ରୁ ୪୦ ମୃତଦେହ ସଂରକ୍ଷିତ ରହିପାରିବ। କଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ। ଯେହେତୁ ଏମ୍‌ସରେ ଥିବା ଡିପିଫ୍ରିଜ୍ ଓ କୋଲ୍ଡ ଷ୍ଟୋରେଜ୍‌ରେ ବହୁଦିନ ମୃତଦେହ ରଖିବା ସମ୍ଭବ ନୁହେଁ ତେଣୁ ଏହି ଜରୁରୀ ପଦକ୍ଷେପ ନିଆଯାଇଛି।

ରେଳ ଦୁର୍ଘଟଣା ପରେ ବାଲେଶ୍ୱରରୁ ଭୁବନେଶ୍ୱର ଏମ୍‌ସକୁ ୧୨୩ ମୃତଦେହ ଆସିଥିଲା। ୪୩ ମୃତଦେହକୁ ସେମାନଙ୍କ ସମ୍ପର୍କିୟଙ୍କୁ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଛି। ଏବେ ପ୍ରାୟ ୮୦ ମୃତଦେହ ରହିଛି। ୧୬ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହା ଶୀଘ୍ର ସରିବ ଓ ପରିଜନଙ୍କୁ ହସ୍ତାନ୍ତର କରାଯିବ। କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଉପୁଜିଲେ ମୃତଦେହର ଡିଏନ୍‌ଏ ଟେଷ୍ଟ କରାଯିବ। ବାହାର ରାଜ୍ୟର ବିଶେଷଜ୍ଞମାନେ ଏଥିନିମନ୍ତେ ଏଠାରେ ପହଞ୍ଚିଛନ୍ତି।

Advertisment
container reached at AIIMSଏମ୍‌ସରେ ପହଞ୍ଚିଥିବା କଣ୍ଟେନର

ଏତେ ପରିମାଣର ମୃତଦେହ ସଂରକ୍ଷିତ ରଖିବାର ବ୍ୟବସ୍ଥା ନ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଜରୁରୀକାଳୀନ ଭିତ୍ତିରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହଯୋଗ କ୍ରମେ ୧୦୦ରୁ ଅଧିକ ଅଧିକାରୀ ନିୟୋଜିତ ହୋଇ ବାଲେଶ୍ୱରରୁ ଆସିଥିବା ମୃତଦେହକୁ ସଂରକ୍ଷଣ କରିବାର ବ୍ୟବସ୍ଥା କରିଛନ୍ତି।

ଯେଉଁ ମୃତଦେହକୁ କେହି ନନେବେ ପରେ ଏହାକୁ ସଂସ୍କାର ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଏମ୍‌ସ ନିର୍ଦ୍ଦେଶକ କହିଛନ୍ତି।

Train Accident BalasoreTrainAccident