Advertisment

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ - ଚାବି ହଜିଛି କି ନାହିଁ ଆମେ ଜାଣିନୁ

ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଂଗରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଏହା ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ।

ଅଦ୍ୟତନ ହୋଇଛି
Law Minister Jagannath Saraka

Law Minister Jagannath Saraka

Advertisment

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବଡ଼ ବୟାନ। କହିଲେ ଚାବି ହଜିଛି କି ନାହିଁ ଆମେ ଜାଣିନୁ। ଏନେଇ ହାଇକୋର୍ଟରେ ମାମଲା ଅଛି। ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ, ସରକାର ତର୍ଜମା କରି ପଦକ୍ଷେପ ନେବେ। ଆଜି ସାମ୍ୱାଦିକମାନେ ଆଇନମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ସୁରକ୍ଷା ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଆଇନମନ୍ତ୍ରୀ ଏପରି ନର୍ଭସ୍‌ ହେବା ଆଶ୍ଚର୍ଯ୍ୟ କରିଛି।

Advertisment

ସମ୍ବାଦିକମାନେ ପଚାରିଥିଲେ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ତ? ରତ୍ନ ଭଣ୍ଡାର ଚାବି କେମିତି ହଜିଲା? ବିଜେପି ଏହା ଉପରେ ରାଜନୀତି କରୁଛି କି? ସାମ୍ୱାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଆପଣଙ୍କ ମାଧ୍ୟମରେ ଆମେ ଏ ବିଷୟରେ ଶୁଣୁଛୁ। ହାଇକୋର୍ଟକୁ ମାମଲା ଯାଇଥିଲେ ଏବଂ ବିଚାର ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଲେ ସରକାର ବିଚାରବିମର୍ଷ କରି ପଦକ୍ଷେପ ନେବେ। ରତ୍ନ ଭଣ୍ଡାର ଚାବି ହଜିଛି କି ନ ହଜିଛି ଆମେ ଜାଣିନୁ। କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ବିଚାରବିମର୍ଶ ପରେ ପଦକ୍ଷେପ ନିଆଯିବ। କିଏ ଏହି ପ୍ରସଙ୍ଗରେ ରାଜନୀତି କରୁଛି, ନ କରୁଛି ତାହା କହିବାକୁ ଚାହୁଁନି। ବିଭିନ୍ନସ୍ତରରେ ସମସ୍ତେ ରାଜନୀତି କରନ୍ତି। ଶ୍ରଦ୍ଧାଳୁମାନଙ୍କ ଦୃଷ୍ଟିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ସରକାର ଯେଉଁ ଅନ୍ୟ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିଚାରବିମର୍ଶ କରି ପଦକ୍ଷେପ ନିଆଯାଉଛି। ଏପ୍ରସଙ୍ଗରେ କିଏ କ’ଣ କହୁଛି ସେନେଇ କହିବା ଠିକ୍‌ ହେବନି। ହେଲେ ସରକାର ପ୍ରତ୍ୟେକ ମନ୍ଦିର ଠାରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ ଉନ୍ନତି କରିବାକୁ ଦୃଷ୍ଟି ଦେଉଛନ୍ତି।

ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଂଗରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସରକାର କିଭଳି ଚାଲିଛି ଆଇନ ମନ୍ତ୍ରୀଙ୍କ ଉତ୍ତରରୁ ଲୋକ ଜାଣିପାରିବେ। ଏହା ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ସମସ୍ତେ କହିବା ପରେ ବି କାହିଁକି ରତ୍ନଭଣ୍ଡାର ଖୋଲା ଯାଉ ନାହିଁ। ଏକ କମିଟି ଗଠନ କରି, ରାଜ୍ୟପାଳଙ୍କ ଦ୍ୱାରା ରତ୍ନଭଣ୍ଡାର ଖୋଲାଯାଉ। ଆବଶ୍ୟକ ହେଲେ ସିଟିଂ ଜଜ୍‌ଙ୍କ ନେତୃତ୍ୱରେ ଖୋଲାଯାଉ ଏବଂ ଅଳଙ୍କାର ଗଣତି କରାଯାଉ। ସରକାର ଯଦି ଚାବି ହଜିବା ଘଟଣାର ପର୍ଦ୍ଦାଫାସ୍‌ କରିପାରୁନାହାନ୍ତି, ତେବେ ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଦୋଷୀକୁ ଦଣ୍ଡିତ କରାଯାଉ। ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କଠୁ ଖର୍ଚ୍ଚ ହୋଇଥିବା ଟଙ୍କା ଆଦାୟ ହେଉ କହିଲେ ସମୀର ମହାନ୍ତି।

Advertisment

ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କାହିଁକି ଅସୁରକ୍ଷିତ ହୋଇପଡ଼ିଛି, ଏହାର ମରାମତି ଓ ରତ୍ନର ସ୍ଥିତି କାହିଁକି ଯାଞ୍ଚ ହେଉନି ସେନେଇ ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବଙ୍କ ଠାରୁ ଆରମ୍ଭ କରି ନିକଟରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରି ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି। ବିଭିନ୍ନ ବୁଦ୍ଧିଜୀବୀ, ଭକ୍ତ ଓ ବିରୋଧୀ ଦଳମାନେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ସ୍ଥିତି ଯାଞ୍ଚ ନିମନ୍ତେ ଦାବି କରୁଥିଲେ ହେଁ ସରକାର ଏଥିପ୍ରତି ପଦକ୍ଷେପ ନେଉନାହାନ୍ତି। ଯାହା ସରକାରଙ୍କ କାର୍ଯ୍ୟକୁ ସନ୍ଦେହରେ ପକାଇଛି।

Puri Odisha Governance Ratna Bhandar Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe