Advertisment

ନବ ଦାସ ହତ୍ୟା ମାମଲାରେ ଏଫବିଆଇ ତଦନ୍ତ ପାଇଁ ଚିଠି ପହଞ୍ଚିନି: ଗୃହ ମନ୍ତ୍ରଣାଳୟ

ଏଫବିଆଇର ସହାୟତା ନେବା ସଂପର୍କରେ ଗୃହ ମନ୍ତ୍ରଣାଳୟକୁ ପ୍ରଶ୍ନ କରାଯାଇଥିବା ବେଳେ ଗୃହ ମନ୍ତ୍ରଣାଳୟ ଏ ନେଇ ଓଡ଼ିଶାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତବ ପାଇନଥିବା ଦର୍ଶାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Naba das murder case

Naba das murder case

ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲା ଏଏସଆଇ ଗୋପାଳ ଦାସ। ତେବେ ଗୋପାଳର ମାନସିକ ସ୍ଥିତି ଠିକ୍ ଅଛି ବୋଲି ଆଜି କ୍ରାଇମ ବ୍ରାଂଚ୍ ତାହାର ଚାର୍ଜସିଟରେ ଉଲ୍ଲେଖ କରିଥିବା ପ୍ରେସ ରିଲିଜରେ ଦର୍ଶାଇଛି। ତେବେ ଗୋପାଳ ମାନସିକ ସ୍ଥିତିକୁ ଯାଂଚ କରିବା ପାଇଁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା ଏଫବିଆଇର ସହାୟତା ନେବା ସଂପର୍କରେ ଗୃହ ମନ୍ତ୍ରଣାଳୟରେ ଏପର୍ଯ୍ୟନ୍ତ କୌଣସି ଚିଠି ପହଞ୍ଚିନାହିଁ। ଓଡ଼ିଶା ରିପୋର୍ଟକୁ ହସ୍ତଗତ ଏକ ଆରଟିଆଇ ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ତଥ୍ୟ ମୁତାବକ- ଏଫବିଆଇର ସହାୟତା ନେବା ସଂପର୍କରେ ଗୃହ ମନ୍ତ୍ରଣାଳୟକୁ ପ୍ରଶ୍ନ କରାଯାଇଥିବା ବେଳେ ଗୃହ ମନ୍ତ୍ରଣାଳୟ ଏ ନେଇ ଓଡ଼ିଶାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତବ ପାଇନଥିବା ଦର୍ଶାଇଛି।

Advertisment

ଫେବ୍ରୁଆରୀ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କହିଲେ- ଅଭିଯୁକ୍ତ ଗୋପାଳର ମାନସିକ ବ୍ୟବହାର ସଂପର୍କରେ ଠିକ ଭାବେ ଜାଣିବା ପାଇଁ ଆମେରିକାର ପୁଲିସ୍- ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା ଏଫବିଆଇର ସହାୟତା ନିଆଯିବ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ମାଗିଛି ରାଜ୍ୟ କ୍ରାଇମ୍ ବ୍ରାଂଚ୍। ମାର୍ଚ୍ଚ ୨୭ ତାରିଖରେ ବି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ନେଇ ଲିଖିତ ଉତ୍ତର ଦେଇଥିଲେ। ସେଥିରେ ଗୃହ ମନ୍ତ୍ରଣାଳୟର ଉତ୍ତରକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ ବେହେରା ଦର୍ଶାଇଥିଲେ।

ଗୋପାଳର ମାନସିକ ସ୍ଥିତି ଡିଏମଇଟିଙ୍କ ଦ୍ୱାରା ଗଠିତ ରାଜ୍ୟର ୪ଜଣିଆ ଡାକ୍ତରୀ ଦଳ କୌଣସି ପ୍ରତିକୂଳ ତଥ୍ୟ ପାଇନଥିବାରୁ ଗୋପାଳକୁ ମାନସିକ ପରୀକ୍ଷା ପାଇଁ ବେଙ୍ଗାଲୁରୁର ନିମହାନ୍ସ ପଠାଇବାକୁ ମନା କରିଦେଇଥିଲେ ଝାରସୁଗୁଡ଼ାର ଜେଏମଏଫସି କୋର୍ଟ ଓ ଜିଲ୍ଲା କୋର୍ଟ।

Advertisment

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Odisha Governance Odisha Government Runs Secretly Crime Branch Naba Das Murder