Advertisment

ମନ୍ତ୍ରୀ ନବ ଦାସ ହତ୍ୟା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିରୋଧୀ

‘ଓଡ଼ିଶା ପୁଲିସରେ ଆଉ କେତେ ପାଗଳ ଅଛନ୍ତି, ସ୍ପଷ୍ଟ କରନ୍ତୁ। ଆଇମା କାହାଣୀ ଶୁଣିବାକୁ ଆମେ ପ୍ରସ୍ତୁତ ନୋହୁଁ।’

ଅଦ୍ୟତନ ହୋଇଛି
Naba Das

Naba Das

Advertisment

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା ବୋଲି ମୁଁ ଶୁଣିବାକୁ ପାଇଛି। ତାକୁ ନେଇ ଡ୍ରାମା କରିବାର କଣ ଆବଶ୍ୟକତା ଥିଲା?

Advertisment

ଜୟ ନାରାୟଣ କହିଛନ୍ତି, ନବ ଦାସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲାଗି ଝାରସୁଗୁଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟିଫାଏ କରିଥିଲେ କି। ନବ ଦାସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାର ସ୍ଥତି ଥିଲା କି? ଆମେ ଖବର ପାଇଛୁ ନବ ଦାସଙ୍କର ସ୍ପଟ୍‌ରେ ମୃତ୍ୟୁ ଘଟିଥିଲା। ତାଙ୍କୁ ଭୁବନେଶ୍ୱର ନେଇ ଡ୍ରାମା କରିବାର ଆବଶ୍ୟକତା ନ ଥିଲା। ତେବେ ଜୟ ନାରାୟଣଙ୍କ ଅଭିଯୋଗ ନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

ଜୟ ନାରାୟଣ ଆହୁରି କହିଛନ୍ତି, ଯଦି ଅଭିଯୁକ୍ତ ଗୋପାଳ ଦାସ ପାଗଳ ଥିଲା, ତାକୁ ସର୍ଭିସ ପିସ୍ତଲ କଣ ପାଇଁ ଦିଆଯାଉଥିଲା? ଘଟଣାରେ ବଡ଼ ରହସ୍ୟ ରହିଛି, ବହୁତ ବଡ଼ ବଡ଼ ଲୋକ ସଂପୃକ୍ତ ଅଛନ୍ତି। ଆଗରୁ ପ୍ଲଟ କରି ଗୋପାଳକୁ ପାଗଳ ‌ଆଖ୍ୟା ଦେଉଛନ୍ତି। ଓଡ଼ିଶା ପୁଲିସରେ ଆଉ କେତେ ପାଗଳ ଅଛନ୍ତି, ସ୍ପଷ୍ଟ କରନ୍ତୁ। ଆଇମା କାହାଣୀ ଶୁଣିବାକୁ ଆମେ ପ୍ରସ୍ତୁତ ନୋହୁଁ।

Advertisment

ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦିଅନ୍ତୁ। ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି, ଫଳ ଶୂନ ରହିଛି। ତଦନ୍ତ ବିଳମ୍ବ କଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ। ଘଟଣାକୁ ନେଇ ଏଯାଏ ଡିଜିପି, ଗୃହ ସଚିବ ଚୁପ୍ ବସିଛନ୍ତି। ସରକାରକୁ ପ୍ରକୃତରେ କିଏ ଚଳାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସମୀର କହିଛନ୍ତି।

ସେହିପରି ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଏହା ଏକ ମାମୁଲି ହତ୍ୟା ନୁହେଁ। ହତ୍ୟା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି। ଶାସନର ଟପ୍ ପୋଜିସନରେ ଥିବା ଲୋକ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି। ଘଟଣାର ଏସ୍ଆଇଟି ସ୍ତରୀୟ ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହି ଗୃହମନ୍ତ୍ରୀ ପଦ ଛାଡ଼ନ୍ତୁ।

Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe